27.1 C
Bhubaneswar
Thursday, April 25, 2024
Homeଓଡିଶାଜୀବିକା ଉଜାଡ଼ୁଛି କରୋନା କଟକଣା, ଚିନ୍ତାରେ ୧୫ ହଜାର ପରିବାର

ଜୀବିକା ଉଜାଡ଼ୁଛି କରୋନା କଟକଣା, ଚିନ୍ତାରେ ୧୫ ହଜାର ପରିବାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ସିଆଳିି ଖଲିକୁ ଭାତହାଣ୍ଡି କୁହାଯାଏ । ଏହା ଉପରେ ନିର୍ଭର କରି ଚଳୁଥିବା ୧୫ ହଜାର ପରିବାରର ଜୀବିକା ଉଜୁଡ଼ିଯାଇଛି । କରୋନା କଟକଣା ଏହାର କାରଣ ହୋଇଛି ।
ସକାଳୁ ଉଠି ଏମାନେ ଜଙ୍ଗଲକୁ ଶିଆଳି ପତ୍ର ସଂଗ୍ରହରେ ଯାଆନ୍ତି । ଘରେ ଖଲି ତିଆରି କରି ବଜାରକୁ ବିକ୍ରି କରିବାକୁ ଯାଆନ୍ତି । ଗାଁରୁ ସହର ପର୍ଯ୍ୟନ୍ତ ହଜାର ହଜାର ମହିଳା ଏଥିରେ ସାମିଲ ହୋଇଛନ୍ତି । ଜିଲ୍ଲାର କୋଟଗଡ଼, ତୁମୁଡ଼ିବନ୍ଧ, ରାଇକିଆ, ଫିରିଙ୍ଗିଆ, ଖଜୁରିପଡ଼ା, ଟିକାବାଲି, ଜି.ଉଦୟଗିରି, କ.ନୂଆଗାଁର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୫୦ ଭାଗ ଲୋକଙ୍କୁ ଜଙ୍ଗଲଜାତ ପଦାର୍ଥ ଜୀବିକା । ଶିଆଳି ଓ ଶାଳପତ୍ର ସେମାନଙ୍କ ଜୀବନ । ପ୍ରାୟତଃ ଏଗୁଡିକ ହୋଟେଲମାନଙ୍କୁ ଦିଆଯାଇଥାଏ । ଦୋକାନମାନଙ୍କୁ ଦିଆଯାଇଥାଏ । କରୋନା ଯୋଗୁ ଗାଡି ମୋଟର ଓ ହୋଟେଲ, ଦୋକାନ ଆଦି ବନ୍ଦ ଥିବାରୁ ସେମାନେ ଖଲି ଓ ଦନା ବିକି ପାରୁନାହାନ୍ତି । ୩ ରୁ ୪ ଦିନ ପରିଶ୍ରମ ପରେ ଗୋଟିଏ ବିଡ଼ାରେ ୨୫ ଖଲିକୁ ପ୍ରାୟ ୨୦ରୁ ୨୫ ଟଙ୍କାରେ ବିକୁଥିଲେ । ଏବେ ବିଡାକୁ ୧୦ ଟଙ୍କାରେ ବିକୁଛନ୍ତି । ଖଲି ଓ ଦାନାର ଚାହିଦା ରହିଛି । ଲ୍ୟାମ୍ପ ଜରିଆରେ ଏହାକୁ ସେମାନେ ବିକ୍ରି କରୁଛନ୍ତି । ଏଠାକାର ଖଲି ଓ ଦନା କଟକ, ଭୁବନେଶ୍ୱର, ବ୍ରହ୍ମପୁର, କଲୋକତା, ଆନ୍ଧ୍ରପ୍ରଦେଶ ଭଳି ବିିଭିନ୍ନ ସ୍ଥାନକୁ ବ୍ରିକି ହେବାକୁ ଯାଇଥାଏ । ଏଥିରୁ ଯାହା ଆୟ ହୁଏ ବର୍ଷର ଅଧାଦିନ ଚଳିଯାଏ ବୋଲି ସାବିତ୍ରି କହଁର , ହେମଲତା କହଁର ଓ ପଦ୍ୱିନୀ ଭୋଇ ପ୍ରମୁଖ କୁହନ୍ତି । କରୋନା କଟକଣାରୁ ଘରେ ଖଲି ଓ ଦାନା ଗଦା ହୋଇ ରହିଛି । କରୋନା ଯୋଗୁ ଘରୁ ବାହାରିବାକୁ ମନା କରାଯାଇଥିବାବେଳେ ପୁଲିସ ଭୟରୁ ସେମାନେ ବାହାରି ପାରୁନାହାନ୍ତି ବୋଲି କହିଛନ୍ତି ବାଟାଗୁଡ଼ା ଗ୍ରାମର ମହିଳାମାନେ । ଫୁଲବାଣୀ ସଦର ମହକୁମା ସମେତ ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି, ଫିରିଙ୍ଗିଆ, କୋଟଗଡ଼, ତୁମିଡ଼ିବନ୍ଧ, ଖଜୁରିପଡ଼ାରେ ଏହି ଖଲି ବିକ୍ରି ହେଉଛି । ତେବେ ଏହି ଲକଡାଉନ କେବେ ସରିବ ବୋଲି, ଆମ ପେଟକୁ ଭାତ ଯିବ ବୋଲି କହିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁଟିବାଡି ଗାଁର ନମଜିନି ପ୍ରଧାନ, ନିବେଦିତା ପ୍ରଧାନ, ବିନ୍ଦୁଲତା କହଁର ଓ ଅନ୍ୟମାନେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking