29.1 C
Bhubaneswar
Saturday, April 27, 2024
Homeଅପରାଧକୁନି ଶିଶୁ ଉପରେ ରାକ୍ଷସୀ ମା’ର ଅକଥନୀୟ ଅତ୍ୟାଚାର

କୁନି ଶିଶୁ ଉପରେ ରାକ୍ଷସୀ ମା’ର ଅକଥନୀୟ ଅତ୍ୟାଚାର

ଭୋପାଳ : କୁନି ଶିଶୁ ଉପରେ ରାକ୍ଷସୀ ମା’ର ଅକଥନୀୟ ଅତ୍ୟାଚାର । ମାଡ଼ ମାରିବା ପରେ ମନ ବୁଝିଲାନି ଯେ ପିଲାଟିକୁ ବାହାରକୁ ଫୋପାଡ଼ିଦେଲା ପିଶାଚିନୀ । ମଧ୍ୟପ୍ରଦେଶର ଉଜ୍ଜୟନୀର ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଜଣେ ମା ନିଜର ଦେଢ଼ ବର୍ଷର ଶିଶୁକୁ ନିର୍ମମ ଭାବେରେ ମାଡ ମାରୁଥିବା ଦେଖିବାକୁ ମିଳୁଛି । ଉଜ୍ଜୟନୀର ବଦନାଗର ତହସିଲରୁ ଏହି ଖବର ଆସିଛି ।ଖବର ପ୍ରଚାର ହେବା ପରେ ଚାଇଲ୍ଡ ଲାଇନ୍ ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ଅଭିଯୋଗ ପରେ ଚାଇଲ୍ଡ ଲାଇନ୍ ଟିମ୍ ଅଭିଯୁକ୍ତ ଘରେ ପହଞ୍ଚିଥିଲେ । ପଡୋଶୀ ଲୋକଙ୍କୁ ପଚରାଉଚରା କରି ଘଟଣା ସମ୍ପର୍କରେ ବୁଝାବୁଝି କରିଥିଲେ । ପରେ ମାମଲାଟି ସମ୍ପୂର୍ଣ୍ଣ ସତ ବୋଲି ଜଣାପଡ଼ିଥିଲା । ଝିଅଟିକୁ ମାଡ ଦିଆଯାଉଥିବା ଏକ ଭିଡିଓ ମଧ୍ୟ ତାଙ୍କ ହାତରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଡନଗର ପୋଲିସ ଷ୍ଟେସନରେ ଝିଅର ମାଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାଇଲ୍ଡ ଲାଇନ ଦଳ ଆବେଦନ କରିଛି । ପିଲାଟିଏ ଭୁଲ କଲେ ବାପାମା’ ତାଗିଦା କରିବା ପାଇଁ ଟିକିଏ କଠୋର ଆଚରଣ କରିଥାଆନ୍ତି । ତଥାପି ପିଲାଙ୍କୁ ମାଡ଼ ମାରିବା ଆଦୌ ଠିକ୍ ନୁହେଁ । ହେଲେ ଆଜିକାଲି ଅନେକ ସମୟରେ କୁନି ପିଲାଙ୍କ ଉପରେ ଅତ୍ୟାଚାର ହେଉଥିବା ଦେଖିବାକୁ ମିଳୁଛି । ମା’ବାପା ପିଲାଙ୍କୁ ନିର୍ମମ ମାଡ଼ ମାରୁଥିବା ଘଟଣା ସାମ୍ନାକୁ ଆସୁଛି । ଏହାକୁ ରୋକିବା ପାଇଁ କଠୋର ଆଇନ୍ ହେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking