26.1 C
Bhubaneswar
Friday, March 29, 2024
Homeଅପରାଧୟୁଟ୍ୟୁବ୍ ଦେଖି ବି ଫାର୍ମାର ଦୁଇ ଛାତ୍ର କ’ଣ କଲେ ଜାଣିଲେ ହୋସ୍ ଉଡ଼ିବ....

ୟୁଟ୍ୟୁବ୍ ଦେଖି ବି ଫାର୍ମାର ଦୁଇ ଛାତ୍ର କ’ଣ କଲେ ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ: ବି ଫାର୍ମାର ଦୁଇଜଣ ଛାତ୍ରଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କର ଏପରି ଅପରେସନ୍ କରିଛନ୍ତି ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଆନ୍ଧ୍ରପ୍ରଦେଶର ନେଲ୍ଲøର୍ ଠାରେ ଘଟିଛି । ସୂଚନା ଅନୁଯାୟୀ, ନେଲ୍ଲøର୍‌ର ଏକ ଲଜ୍‌ରେ ସେକ୍ସ ରିଆସେନମେଣ୍ଟ୍ ବା ଲିଙ୍ଗ ପରିବର୍ତ୍ତନ ସର୍ଜରୀ କରାଯାଇଥିଲା । ଯେଉଁଥିରେ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ଲଜ୍‌ର ଷ୍ଟାଫ୍‌ମାନେ ରୁମ୍ ଭିତରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଦେଖିବାକୁ ପାଇଥିଲେ । ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ହେଲେ ୨୮ ବର୍ଷର ଶ୍ରୀକାନ୍ତ । ଶ୍ରୀକାନ୍ତ ବିବାହିତ ଥିବାବେଳେ ସେ ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସେ ଏକା ରହୁଥିଲେ । ଏହି ସମୟରେ ସେ ଦୁଇ ଜଣ ବି ଫାର୍ମା ଛାତ୍ରଙ୍କ ସମ୍ପର୍କରେ ଆସିଥିଲେ । ଶ୍ରୀକାନ୍ତ ସେମାନଙ୍କ ସହିତ ଲିଙ୍ଗ ପରିବର୍ତ୍ତନ କଥା କହିଥିଲେ । ସେପଟେ ଉକ୍ତ ଦୁଇ ଛାତ୍ର ମଧ୍ୟ କମ୍ ଟଙ୍କାରେ ସର୍ଜରୀ କରିବା ପାଇଁ ଶ୍ରୀକାନ୍ତଙ୍କୁ ରାଜି କରାଇ ଦେଇଥିଲେ । ଉକ୍ତ ଦୁଇ ଛାତ୍ର ହେଉଛନ୍ତ ଜୀଭା ଓ ମସ୍ତାନ । ସେମାନେ ଦୁହେଁ ୟୁଟ୍ୟୁବ ଦେଖି ସର୍ଜରୀ ଆରମ୍ଭ କରିଥିଲେ । କୁହାଯାଉଛି ଯେ, ଅପରେସନ୍ ସମୟରେ ଅଧିକ ରକ୍ତ ବହିଯିବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମାମଲା ସାମନାକୁ ଆସିବା ପରେ ଉକ୍ତ ଦୁଇ ଛାତ୍ରଙ୍କୁ ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking