26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିହାରରେ ମଦ ନିଷେଧାଦେଶ ମଧ୍ୟରେ ଏକ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ.... 

ବିହାରରେ ମଦ ନିଷେଧାଦେଶ ମଧ୍ୟରେ ଏକ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ…. 

ନୂଆଦିଲ୍ଲୀ : ବିହାରରେ ମଦ ନିଷେଧାଦେଶ ମଧ୍ୟରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ମଦ ପିଇ ଧରାପଡ଼ୁଥିବା ବ୍ୟକ୍ତିଙ୍କୁ ହାଜତକୁ ପଠାଯିବ ନାହିଁ । ତେବେ ପ୍ରତିବଦଳରେ ତାଙ୍କୁ କେବଳ ମଦ ମାଫିଆ ବିଷୟରେ ସୂଚନା ଦେବାକୁ ପଡିବ । ମଦ ମାଫିଆକୁ ଗିରଫ କରିବାରେ ସାହାଯ୍ୟ କଲେ, ମଦୁଆଙ୍କୁ ଜେଲ ଯିବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ଏକ୍ସାଇଜ୍ କମିଶନର କାର୍ତ୍ତିକେୟ ଧନଜୀ ଏସମ୍ପର୍କରେ ସୂଚନା ଦେଇଛନ୍ତି । ବିହାରର ବିଭିନ୍ନ ଜେଲରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେତୁ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର ପୋଲିସ ଏବଂ ଅବକାରୀ ବିଭାଗକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି । ୨୦୨୧ ମସିହା ନଭେମ୍ବରରେ ବିହାର ସରକାର ଏକ ତାଲିକା ପ୍ରସ୍ତୁତ କରିଥିଲେ । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଜାନୁୟାରୀ ୨୦୨୧ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ଜେଲ୍ ମାନଙ୍କରେ ଚଢ଼ଉ କରି ପାଖାପାଖି ୫୦ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା । ଏଥିରେ ମଦୁଆ ଏବଂ ମଦ କାରବାର କରୁଥିବା ଲୋକ ସାମିଲ ଥିଲେ । ତେବେ ସେହି ସମୟ ମଧ୍ୟରେ ମୋଟ ୩୮ ଲକ୍ଷ ୭୨ ହଜାର ୬୪୫ ଲିଟର ବେଆଇନ ମଦ ଜବତ କରାଯାଇଥିଲା । ଜେଲ ସହିତ ବିହାର କୋର୍ଟରେ ମଧ୍ୟ ମଦ ନିଷେଧାଦେଶ ମାମଲା ବଢ଼ିବାରେ ଲାଗିଛି । ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଜାମିନ ଆବେଦନକୁ ନେଇ କୋର୍ଟରେ ଲମ୍ବା ଲାଇନ୍ ଲାଗିଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏ ସମ୍ପର୍କୀତ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୮ରେ ହେବ । ଯାହା ପୂର୍ବରୁ ବିହାର ସରକାର ଗିରଫ ନକରି ମଦ ବନ୍ଦ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ମଦ ନିଷେଧ କରିବା ପରେ ମଦ ମାଫିଆ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ଆଉ ଏନେଇ ଲଗାତାର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନୀତୀଶ ସରକାରଙ୍କ ମଦ ନିଷେଧାଦେଶ ରାଜ୍ୟରେ ବିଫଳ ହୋଇଥିବା କୁହାଯାଉଛି । ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ନିଜେ ପୋଲିସର କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଇଥିଲେ । ୧୦୦ ବୋତଲ ମଦ ଜବତ ହେଲେ ପୋଲିସ୍ କେବ ୫ଟି ଦେଖାଏ ବୋଲି ସେ କହିଥିଲେ । ନିକଟରେ ବିହାର ସରକାର ମଦ ମାଫିଆ ପଛରେ ହାଇଟେକ୍ ହେଲିକପ୍ଟର ଲଗାଇଛନ୍ତି । ଏଥିରେ ୪ଟି ହେଲିକପ୍ଟର ସାମିଲ ଅଛି । ସେଥିମଧ୍ୟରୁ ତିନୋଟି ମାନବ ବିହୀନ ଡ୍ରୋନ୍ ହେଲିକପ୍ଟର ଏବଂ ଗୋଟିଏ ହେଲା ଚାରି ସିଟ୍ ବିଶିଷ୍ଟ ହେଲିକପ୍ଟର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking