32.1 C
Bhubaneswar
Friday, April 26, 2024
Homeକରୋନାଭାରତରେ କରୋନା ନେଲାଣି ୧,୦୦୮ ଜୀବନ,ଆକ୍ରାନ୍ତଙ୍କ ସଂଖ୍ୟା,୩୧,୩୩୨

ଭାରତରେ କରୋନା ନେଲାଣି ୧,୦୦୮ ଜୀବନ,ଆକ୍ରାନ୍ତଙ୍କ ସଂଖ୍ୟା,୩୧,୩୩୨

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୩୩୨ ପହଁଚିଛି । ଚିକିତ୍ସାଧୀନ ଅଛନ୍ତି ୨୨,୬୨୯ଜଣ । ଏଥିରେ ସୁସ୍ଥ ହୋଇ ଫେରିଛନ୍ତି ୭୬୯୫ ଜଣ । ମୃତ୍ୟୁବରଣ କରିଛନ୍ତି ୧୦୦୭ ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୦୦ ଜଣଙ୍କର ମୃତ୍ୟୁ ଘଟିଲାଣି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୩୧ ), ଆସାମରେ(୧), ବିହାରରେ(୨), ଦିଲ୍ଲୀରେ(୫୪ ), ଗୁଜୁରାଟରେ( ୧୮୧), ହରିୟାଣାରେ(୩),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୮ ), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍‌ରେ(୨୦), କେରଳରେ(୪),ମଧ୍ୟପ୍ରଦେଶରେ(୧୨୦), ମହାରାଷ୍ଟ୍ରରେ(୪୦୦),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୯), ରାଜସ୍ଥାନରେ(୫୧), ତାମିଲନାଡୁରେ(୨୫), ତେଲେଙ୍ଗାନାରେ(୨୬), ଉତ୍ତରପ୍ରଦେଶରେ(୩୪) ଓ ପଶ୍ଚିମବଙ୍ଗରେ(୨୨) ।
ହେଲେ କୋଭିଡ୍‌-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୩୨୪ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୨୨,୫୬୯ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୧,୦୦୮ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୭,୭୪୭ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking