30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜଧାନୀରେ ଲକ୍‌ଡାଉନ୍ ନିୟମ କୋହଳ

ରାଜଧାନୀରେ ଲକ୍‌ଡାଉନ୍ ନିୟମ କୋହଳ

ଭୁବନେଶ୍ୱର : ରାଜଧାନୀବାସୀଙ୍କ ଲାଗି କୋହଳ ହେଲା ଲକ୍‌ଡାଉନ୍ କଟକଣା । କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବନି ବିଏମ୍‌ସି ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଛି । ପୂର୍ବରୁ କୋହଳ ଥିବା ଅତ୍ୟାବଶ୍ୟକ ସେବା ସହ ଯୋଡ଼ି ହେଲା ଆଉ କିଛି ସେବା । ହୋଟେଲ୍‌, ହୋମ୍ ଷ୍ଟେ, ଏଜ୍ ଓ ମୋଟେଲ୍ ଖୋଲିବାକୁ ଅନୁମତି ମିଳିଛି । ଲକ୍‌ଡାଉନ୍‌ରେ ଫସିଥିବା ପର୍ଯ୍ୟଟକଙ୍କୁ ସେବା ଦେବାକୁ ଏହା ସବୁ ଖୋଲାଯାଇପାରିବ । ଇଲେକ୍ଟ୍ରିସିଆନ୍‌, ଆଇଟି, ପାଣିପମ୍ଫ, ମୋଟର ସାଇକେଲ୍ ମେକାନିକ୍ ଓ କାର୍ପେଣ୍ଟରଙ୍କୁ ଛାଡ଼ କରାଯାଇଛି । ଖୋଲା ରହିବ ମୋଟର ଗ୍ୟାରେଜ୍‌, ବ୍ୟାଟେରୀ, ଟାୟାର ଓ ଲୁବ୍ରିକାଣ୍ଟ ଦୋକାନ । ସବୁଠି ସର୍ବାଧିକ ୫ଜଣ ଲୋକଙ୍କୁ ଅନୁମତି ମିଳିବ । ମାସ୍କ ବ୍ୟବହାର ବାଧ୍ୟତା ମୂଳକ । କଟକଣା ଉଠି ନଥିବା ବର୍ଗରେ ମଲ୍ଟି ବ୍ରାଣ୍ଡ୍ ଓ ସିଙ୍ଗିଲ୍ ବ୍ରାଣ୍ଡ୍ ମଲ୍ ସହ ସବୁ ମାର୍କେଟ କମ୍ଲେକ୍ସ, ଜିମ୍ ପାର୍ଲର, ସେଲୁନ୍‌, ସ୍ପା, ମସାଜ୍‌,ସେଣ୍ଟରକୁ ଅନୁମତି ମିଳିନାହିଁ । ଖୋଲିବନି ପାନ ଦୋକାନ, ଚା, କଫି, ଫାଷ୍ଟ ଫୁଡ୍ ବ୍ରିକ୍ରୀ କରୁଥିବା ଦୋକାନ ।
https://onakhabar.com/2020/04/28/naveen-said-every-migrant-labour-will-get-resan/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking