35.1 C
Bhubaneswar
Wednesday, May 8, 2024
Homeକରୋନାକରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ପାଇଁ ଆସିଲା ନୂଆ ନିୟମ

କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡ ଲାଇନ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଗାଇଡ ଲାଇନ ଅନୁସାରେ, ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପ୍ରତିଦିନ ତାପମାତ୍ରା ମନିଟରିଂ ହେବ । ୧୦ ଦିନ ଯାଏଁ ଲକ୍ଷଣ ଦେଖାନଗଲେ ଆଉ ଲଗାତର ୩ ଦିନ ଜ୍ୱର ନହେଲେ ଡିସଚାର୍ଜ କରାଯିବ । ଡିସଚାର୍ଜ ହେବା ପରେ ୭ ଦିନ ଯାଏଁ ହୋମ୍ ଆଇସୋଲେସନରେ ରହିବାକୁ ଗାଇଡ ଲାଇନ ମାଧ୍ୟମରେ ପରାମର୍ଶ ଦିଆଯାଇଛି । ଡିସଚାର୍ଜ ପରେ ଲକ୍ଷଣ ଦେଖାଗଲେ, କୋଭିଡ କେୟାର ସେଣ୍ଟର ସହ ଯୋଗାଯୋଗ କରିବାକୁ ପରାମର୍ଶ ରହିଛି । ଆଉ ମଧ୍ୟମ ଧରଣର ଲକ୍ଷଣ ଥିଲେ ୭ ଦିନ ଯାଏଁ ମନିଟରିଂ କରାଯିବ । ୩ ଦିନ ଯାଏଁ ଜ୍ୱର ଓ ୪ ଦିନ ଯାଏଁ ଅକ୍ସିଜେନର ସ୍ଥିରତା ମଧ୍ୟ ମନିଟରିଂ କରାଯିବ । ଜ୍ୱର ଭଲ ହୋଇଗଲେ ଓ ଅକ୍ସିଜେନରେ ସ୍ଥିରତା ଆସିଲେ ଉକ୍ତ ବ୍ୟକ୍ତି ଡିସଚାର୍ଜ ହୋଇପାରିବେ । ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ନାହିଁ ବୋଲି ଉଲ୍ଲେଖ ରହିଛି । ସେହିଭଳି ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହୋଇପାରିବେ । ଲଗାତର ୩ ଦିନ ଯାଏଁ ଅକ୍ସିଜେନରେ ସ୍ଥିରତା ଆସିଲେ ଡିସଚାର୍ଜ ହୋଇପାରିବେ । ଆଉ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ବି ଡିସଚାର୍ଜ ହୋଇପାରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking