28.1 C
Bhubaneswar
Saturday, April 27, 2024
HomeUncategorizedଭାରତରେ କୋରୋନା ପଜିଟିଭ୍ ସଂଖ୍ୟା ୨୮କୁ ବୃଦ୍ଧି

ଭାରତରେ କୋରୋନା ପଜିଟିଭ୍ ସଂଖ୍ୟା ୨୮କୁ ବୃଦ୍ଧି

ଭୁବନେଶ୍ୱର: ବର୍ତମାନ ସାରା ବିଶ୍ୱରେ ତାଣ୍ଡବ ରଚାଇଥିବା କୋରୋନା ଭାଇରସ ଏବେ ଭାରତରେ ଏହାର କାୟା ମେଲାଇବା ଆରମ୍ଭ କରିଦେଇଛି । ଯାହାକୁ ନେଇ ଚିନ୍ତିତ ଅବସ୍ଥାରେ ଅଛନ୍ତି ଭାରତବାସୀ । ସୋମବାର ଏହି ଭାଇରସରେ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଉତରପ୍ରଦେଶର ୬ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ବର୍ତମାନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଂଚିଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ପର୍ଯ୍ୟଟକ ବୋଲି ସୂଚନା ମିଳିଛି । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆଡଭାଇଜରି ଜାରି କରିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇଛନ୍ତି । ତେବେ ସମସ୍ତ ହସ୍ପିଟାଲରେ ଏଥିନେଇ ଅଲଗା ଓାର୍ଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେରଳରେ ପ୍ରଥମେ ୩ କୋରୋନା ପଜିଟିଭ୍ ସୂଚନା ମିଳିଥିଲା । ପରେ ଦିଲ୍ଲୀ ଓ ତେଲେଙ୍ଗାନାରେ ଜଣେ ଲେଖାଏଁ କୋରୋନା ରୋଗୀ ଚିହ୍ନଟ ହୋଇଥିଲେ ।
https://onakhabar.com/2020/03/04/attack-on-sangita-singdeo-in-parliament/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking