34.1 C
Bhubaneswar
Thursday, April 25, 2024
HomeUncategorizedହୋଲି ପାଳିବେନି ମୋଦି

ହୋଲି ପାଳିବେନି ମୋଦି

ନୂଆଦିଲ୍ଲୀ: ହୋଲି ପାଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ଭାଇରସ ଏବେ ଭାରତରେ କାୟା ମେଲାଇଥିବାରୁ ତାର ପ୍ରତିକାର ପାଇଁ ଏବେ ସମସ୍ତେ ଏକଜୁଟ ହୋଇ ଏହାକୁ ଲଢିବା ଦରକାର ବୋଲି ମୋଦି କହିଛନ୍ତି । ବୁଧବାର ମୋଦି ଟ୍ୱିଟ କରି କହିଛନ୍ତି ଯେ, ସାରା ଦୁନିଆରେ ବ୍ୟାପିଥିବା ଏହି କୋରୋନା ଭାଇରସ କୋଭିଡ-୧୯କୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣ ପାଇଁ ମୋଦି ହୋଲିର କୌଣସି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ନାହିଁ ବୋଲି ନିର୍ଣ୍ଣୟ ନେଇଛନ୍ତି । ତେବେ ସୂଚନା ଯୋଗ୍ୟ ଯେ, ଚୀନରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ହ୍ରାସ ପାଉଥିଲେ ବି, ଏଥିରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଏବେ ବି ଜାରି ରହିଛି ।

ଚୀନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, କୋରୋନା ଭାଇରସ ପାଇଁ ଆହୁରି ୩୮ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତମାନ ମୃତ୍ୟୁ ସଂଖ୍ୟା ୨୯୮୧ରେ ପହଂଚିଥିବା ବେଳେ ସାରା ଦୁନିଆରେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସଂଖ୍ୟା ୩୧୦୦ରେ ପହଂଚିଛି । ୮୦ ହଜାର ୨୭୦ ଲୋକ ଏବେ ବି ଏଥିରେ ଆକ୍ରମଣ ହୋଇଛନ୍ତି ।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking