32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଓଡିଶାରେ ପଜିଟିଭିଟି ଜାତୀୟ ହାରଠୁ କମ୍‌

ଓଡିଶାରେ ପଜିଟିଭିଟି ଜାତୀୟ ହାରଠୁ କମ୍‌

ନୂଆଦିଲ୍ଲୀ: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାଜା ସୂଚନା ପ୍ରଦାନ କରିଛନ୍ତି । ଦେଶରେ ୧୪ଟି ରାଜ୍ୟ ଓ ୟୁଟିରେ ଆକ୍ଟିଭ କେସ ୫ ହଜାରରୁ କମ୍ ରହିଛି । ୧୮ଟି ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୫ରୁ ୫୦ ହଜାର ମଧ୍ୟରେ ରହିଛି । କେବଳ ୪ଟି ରାଜ୍ୟରେ ୫୦ ହଜାରରୁ ଅଧିକ ଆକ୍ଟିଭ କେସ ରହିଛି । ମୋଟ ଆକ୍ଟିଭ କେସର ୬୦ ପ୍ରତିଶତ ୫ ରାଜ୍ୟରେ ରହିଛନ୍ତି । ସର୍ବାଧିକ ଆକ୍ଟିଭ କେସ ୨୯.୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି । ମହାରଷ୍ଟ୍ରରେ ସର୍ବାଧିକ ଦୈନିକ ହାରାହାରି ୪୦୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ତାମିଲନାଡୁରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମୁଥିବା ପରିଲକ୍ଷିତ ହେଉଛି । ନିୟୁତରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ତୁଳନାରେ ଭାରତ ରେ ବହୁତ କମ୍ ରହିଛି । ପ୍ରତି ନିୟୁତ ସଂଖ୍ୟାରେ ଭାରତରେ ମୃତ୍ୟୁ ସଂଖ୍ୟା ୫୮ ରହିଛି । ଓଡିଶାରେ ପଜିଟିଭିଟି ରେଟ୍ ଜାତୀୟ ହ୍ରାଠାରୁ କମ୍ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଓଡିଶା, ପଶ୍ଚିମବଙ୍ଗ, ଗୁଜୁରାଟରେ ପଜିଟିଭିଟି ହାର ଜାତୀୟ ହାରଠୁ କମ୍ । ଜେଶରେ ପଜିଟିଭିଟି ହାର ୮.୪ ପ୍ରତିଶତ ଥିବା ବେଳେ ଓଡିଶାରେ ହାର ୬.୨ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking