16.1 C
Bhubaneswar
Friday, January 28, 2022
Homeଓଡିଶାଆଶା ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଆଶା ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୟାଗଡ: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାଜ୍ୟ ଆଶା ସାଥୀ ସଂଘ ତରଫରୁ ଆଜି ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ନିକଟକୁ ୮ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଆଶାସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମାସିକ ୬ ହଜାର ଟଙ୍କା ପ୍ରଦାନ , ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇ ତାଲିମ ପ୍ରଦାନ, ୧୩ ବର୍ଷ ଧରି ଆସା ଓ ଆଶା ସାଥୀ ଭାବରେ କାର୍ଯ୍ୟ କରୁଥିବାରୁ ବୀମା ଏବଂ ମୃତ୍ୟୁ କାଳୀନ ସହାୟତା ପ୍ରଦାନ, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବାରୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଜିଲ୍ଲା ଶାକା ସଦସ୍ୟ ସୁକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଆଶା ସାଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking