29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଯାଜପୁରରେ ୭୦୦୦ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁରରେ ୭୦୦୦ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁର: ଯାଜପୁର ରେ କୋରୋନା କାବୁ ହେବା ସ୍ଥିତିରେ ନାହିଁ । ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମଧ୍ୟ ଥଣ୍ଡା କାଶ ଜ୍ବର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସରକାରୀ ସୁଚନା ଅନୁସାରେ ବର୍ତମାନ ଜିଲ୍ଲାରେ ୭୧୫୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୬୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ଯାଜପୁର ଜିଲ୍ଲାରେ ଜିଲାରେ ୧୫୧୩ ଜଣ ଆକ୍ଟିଭ ରୋଗୀ ରହିଛନ୍ତି। ଯାହାକି ସାରା ରାଜ୍ୟରେ ପଂଚମ ସ୍ଥାନ ରେ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଜିଲାରେ ମୋଟ ୮ ଜଣ ଙ୍କର କୋରୋନା ରେ ମୃତ୍ୟୁ ଘଟିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ଯାହାକି ଚିନ୍ତାର ବିଷୟ। ଜିଲ୍ଲା ରେ କରୋନା ନିୟନ୍ତ୍ରଣ ଲାଗି ନିଯୁକ୍ତି ହେବେ କୋଭିଡ ବନ୍ଧୁ ଓ ଗ୍ରାମ ପଂଚାୟତ ସ୍ତର ରେ କୋଭିଡ ମନିଟର । ଥଣ୍ଡା କାଶ ଜ୍ବର ରୋଗୀ ଙ୍କ ଲାଗି ଜିଲ୍ଲାରେ ଫିବର କ୍ଲିନିକ ସେବା ଆରମ୍ଭ କରାଯାଇଥିବା ବେଳେ କୋଭିଡ ବନ୍ଧୁ ଓ ଗ୍ରାମ ପଂଚାୟତ ସ୍ତରରେ କୋଭିଡ ମନିଟର ବ୍ୟବସ୍ଥା କରୋନା ନିୟନ୍ତ୍ରଣ ଓ ନିରାକରଣ ରେ ସହାୟକ ହେବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି । କେବେ କୋରୋନା ସ୍ଥିତି ରେ ନିୟନ୍ତ୍ରଣ ଆସିବ ତାକୁ ନେଇ ଲୋକେ ଚାହିଁ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking