39.1 C
Bhubaneswar
Friday, April 26, 2024
Homeଓଡିଶାକରୋନାରୁ ରକ୍ଷା କରିବାକୁ ଆସିଲା ଔଷଧ

କରୋନାରୁ ରକ୍ଷା କରିବାକୁ ଆସିଲା ଔଷଧ

ନୂଆଦିଲ୍ଲୀ : କରୋନା ମହାମାରୀରୁ ରକ୍ଷା କରିବାକୁ ବଜାରକୁ ଆସିଛି ନୂଆ ଔଷଧ । ମୁମ୍ବାଇର ଗ୍ଲେନମାର୍କ ଫାର୍ମା କମ୍ପାନୀ ଦ୍ୱାରା ଏହି ଔଷଧକୁ ପ୍ରସ୍ତୁତ କରାଯାଇଛି । ଔଷଧର ନାମ ରହିଛି ଫାବି ଫ୍ଲୁ । ଫାବି ଫ୍ଲୁର ଉତ୍ପାଦନ ଓ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛନ୍ତି । କ୍ଲିନିକାଲ ଟ୍ରାଏଲର ସଫଳତା ପରେ ଗ୍ଲେନମାର୍କକୁ ସବୁଜ ସଙ୍କେତ ଦିଆଯାଇଥିଲା । ଭାରତରେ ୧୫୦ଜଣ ରୋଗୀଙ୍କ ଠାରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଛି । ଏହି ଔଷଧକୁ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ଦିଆଯାଇପାରିବ ।

                                             

ଫାବିଫ୍ଲୁର ପ୍ରତ୍ୟେକ ଟାବଲେଟ ୨୦୦ ଏମ୍ ଜିର ଓ ଗୋଟିଏ ଟାବଲେଟ୍ ର ଦାମ୍ ୧୦୩ ଟଙ୍କା ପଡ଼ିବ । ଗୋଟିଏ ଷ୍ଟ୍ରିପରେ ୩୪ଟି ଟାବଲେଟ ରହିବ । ପୁରା ଷ୍ଟ୍ରିପ୍ ର ମୂଲ୍ୟ ୩୫୦୦ଟଙ୍କା ରହିବ । ଡ଼ାକ୍ତରଙ୍କ ପ୍ରେସକ୍ରିପସନ ବିନା ଏହି ଔଷଧ ମିଳିପାରିବ ନାହିଁ । ଏହା ପ୍ରତ୍ୟେକ ଡ଼ାକ୍ତରଖାନା ଓ ଔଷଧ ଦୋକାନରେ ମିଳିବ କିନ୍ତୁ ଔଷଧ ନେବା ପାଇଁ ଡ଼ାକ୍ତରଙ୍କ ପ୍ରେସକ୍ରିପସନ ଦରକାର ପଡ଼ିବ । ପ୍ରଥମ ଦିନରେ ରୋଗୀକୁ ୨ଥର ୧୮୦୦ ଏମ୍ ଜିର ଔଷଧ ଅର୍ଥାତ ୨ ଥରରେ ୯ଟି ଲେଖାଏଁ ଟାବଲେଟ୍ ଖାଇବାକୁ ଦିଆଯିବ । ଦ୍ୱିତୀୟ ଦିନରୁ ୧୪ ଦିନ ପର୍ଯ୍ୟନ୍ତ ଦିନକୁ ୨ଥର ୮୦୦ ଏମ୍ ଜିର ଔଷଧ ଦିଆଯିବ । ଏହି ଔଷଧ ଶରୀର ଭିତରକୁ ଯାଇ କୋଷ ଭିତରେ ପ୍ରବେଶ କରି ଭୂତାଣୁକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିବ । ମାତ୍ର ୪ ଦିନ ଭିତରେ ଏହା ଭୂତାଣୁର ପ୍ରଭାବକୁ ନଷ୍ଟ କରିବ ।

                                           

ଫାବି ଫ୍ଲୁ ଟାବଲେଟ୍ ୧୮ରୁ ୭୫ ବର୍ଷର ସମସ୍ତ କରୋନା ପଜିଟଭ ଆକ୍ରାନ୍ତଙ୍କୁ ଦିଆଯାଇପାରିବ । କେବଳ ଯେ କରୋନା ନୁହେଁ , କରୋନା ସହ ଡ଼ାଇବେଟିସ୍‌ରେ ଆକ୍ରାନ୍ତ ଥିବା ଲୋକଙ୍କ ଠାରେ ଏହି ଔଷଧକୁ ପ୍ରୟୋଗ କରାଯାଇପାରିବ । କେବଳ ମହାମାରୀ ଭଳି ଜରୁରୀ ପରିସ୍ଥିତିରେ ଅନୁମତି ମିଳିଥିବାରୁ ରୋଗୀଙ୍କ ଉପରେ ପ୍ରୟୋଗ ପୂର୍ବରୁ ରୋଗୀଙ୍କ ପାଖରୁ ଲିଖିତ ଅଣ୍ଡରଟେକିଂ ନେବାକୁ ହେବ ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏପରି ପରିସ୍ଥିତିରେ ଦିଲ୍ଲୀର ବ୍ରିଟନ ଫାର୍ମାସ୍ୟୁଟିକାଲ , ବେଙ୍ଗଲୁରୁରୁ ଷ୍ଟାଇଡ୍ସ ଫାର୍ମା ଓ ହାଇଦ୍ରାବାଦର ଲାସା ସୁପର ଜେନେରିମ୍ସ ଔଷଧ ପାଇଁ ଆବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking