28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗହସ୍ତତନ୍ତ ଶିଳ୍ପ ଉପରେ କରୋନାର ପ୍ରଭାବ

ହସ୍ତତନ୍ତ ଶିଳ୍ପ ଉପରେ କରୋନାର ପ୍ରଭାବ

ମୟୁରଭଞ୍ଜ: କରୋନା ମହାମାରିର ସିଧାସଳଖ ପ୍ରଭାବ ପଡିଛି ବୁଣାକାର ସୋସାଇଟି ଏବଂ କାର୍ଯ୍ୟ କରୁଥିବା କାରିଗରଙ୍କ ପରିବାର ଉପରେ । ପୂର୍ବରୁ ବଜାରରେ ଉପସ୍ଥିତି ଜାହିର କରି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ହସ୍ତତନ୍ତ ଶିଳ୍ପର ଉତ୍ପାଦ ଏବେ କରୋନା ମହାମାରୀ ପାଇଁ ହସ୍ତତନ୍ତ ସାମଗ୍ରୀ ବିକ୍ରି ହୋଇପାରୁନି ନୂଆ ଉତ୍ପାଦନ ପାଇଁ କଞ୍ଚାମାଲର ସଙ୍କଟ ଦେଖା ଦେଉଛି। ଏହିଭଳି ସ୍ଥିତିରେ ହସ୍ତତନ୍ତ କାରିଗର ଜୀବିକା ହରାଇବା ସହିତ ପରିବାର ଚଳାଇବା ପାଇଁ କଷ୍ଟସାଧ୍ଯ ହୋଇପଡିଛି। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଥିବା ଚନ୍ଦନପୁର ତନ୍ତୁବାୟ ସମିତି ୧୯୯୨ ମସିହାରୁ ଆରମ୍ଭ ହଇଥିଲା ପ୍ରାୟ ୨୦୦ରୁ ଅଧିକ କାରିଗର ଏଥିରେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ପ୍ରକାରର ଉନ୍ନତ ମାନର ଶାଢି, ଲୁଙ୍ଗି, ଗାମୁଛା, ତକିଆଖଳ, ବେଡସିଡ୍ ଇତ୍ୟାଦି ତିଆରି କରି ବିଭିନ୍ନ ଜିଲ୍ଲାମାନଙ୍କୁ ବିକ୍ରୀ କରାଯାଉଥିବା ବେଳେ ଭୁବନେଶ୍ବରରେ ମୟୂରଭଞ୍ଜ ଆଦିବାସୀ ଶାଢୀର ଚାହିଦା ବହୁତ ଅଧିକ ଥିଲେ ମଧ୍ୟ ବର୍ତ୍ତମାନ କଞ୍ଚାମାଲ ଅଭାବରୁ ଏହି ତନ୍ତୁବାୟ ସମିତିରୁ ଭଲ ଉତ୍ପାଦନ ସମ୍ଭବ ହେଉନାହିଁ। ସେହିପରି ବିକ୍ରି କମି ଯାଇଥିବାରୁ ବିଶେଷ ଲାଭ ହେଉ ନଥିବାରୁ ବୁଣାକାର ମାନେ ପାରିଶ୍ରମିକ ମଧ୍ୟ ପାଇପାରୁ ନାହାନ୍ତି । ଏଠାରେ ବତ୍ତର୍ମାନ ୫୦ ରୁ ୬୦ ଜଣ କାରିଗର କାର୍ଯ୍ୟ କରୁଛନ୍ତି। କରୋନା ମହାମାରି ପାଇଁ କଞ୍ଚାମାଲ ଆସି ପାରୁନାହିଁ କି ଉତ୍ପାଦିତ ସାମଗ୍ରୀ ବିକ୍ରି ହେଇପାରୁ ନାହିଁ ଫଳରେ ବୁଣାକାର ଏହି ବୃତ୍ତିକୁ ଧିରେ ଧିରେ ଛାଡ଼ିବାକୁ ବସିଲେଣି। ଏଭଳି ସ୍ଥିତିରେ ହସ୍ତତନ୍ତ ଶିଳ୍ପ ଏବଂ ବୁଣାକାରମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସହାୟତାର ହାତ ବଢ଼ାଇଲେ ପରିସ୍ଥିତି ନିୟନ୍ତ୍ରଣ ସମ୍ଭବ ହୋଇ ପାରିବ ନଚେତ ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନ୍ୟ ଛୋଟବଡ଼ ଶିଳ୍ପ ଭଳି ଆଗକୁ ଏହାମଧ୍ୟ ଦିନେ ବନ୍ଦ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking