33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରସିଦ୍ଧ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ପରଲୋକ

ପ୍ରସିଦ୍ଧ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ପରଲୋକ

ନୂଆଦିଲ୍ଲୀ: ପୁଣି ଏକ ଦୁଃଖଦ ଖବର । ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ପି ବାଲସୁବ୍ରମଣ୍ୟମ । ୭୪ ବର୍ଷ ବୟସରେ ଚେନ୍ନାଇର ଏମଜିଏମ ହେଲଥ କେୟାରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ସେ ଅଗଷ୍ଟ ମାସରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ । ହେଲେ ଆଜି ତାଙ୍କ ପରଲୋକ ହୋଇଯାଇଛି । ଅଗଷ୍ଟ ୧୩ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହେଉଥିଲା । ଏବଂ ସେ ଲାଇଫ ସପୋର୍ଟ ଓ ଆଇସିୟୁକୁ ସ୍ଥାନାନ୍ତର ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ମାସ ଧରି ସେ ସଂଘର୍ଷ କରିବା ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଆଜି ସକାଳେ ସେ ସମସ୍ତ ଫ୍ୟାନ, ପରିବାରବର୍ଗଙ୍କୁ ଛାଡି ଚାଲି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking