25.1 C
Bhubaneswar
Thursday, May 9, 2024
Homeଓଡିଶାସମ୍ବଲପୁରରେ କୋରୋନା ଦମନ ଅଭିଯାନ, ଜାରିହେଲା ହେଲ୍ପଲାଇନ୍ ନମ୍ବର୍‌

ସମ୍ବଲପୁରରେ କୋରୋନା ଦମନ ଅଭିଯାନ, ଜାରିହେଲା ହେଲ୍ପଲାଇନ୍ ନମ୍ବର୍‌

ସମ୍ବଲପୁର : ସମ୍ପ୍ରତି ସମ୍ବଲପୁର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ସହ କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସେହିପରି ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ସହାୟତାରେ ସମ୍ପୂର୍ଣ୍ଣ ସମ୍ବଲପୁର ସହରକୁ ବିଶୋଧନ କରାଯାଉଛି ।
ସମ୍ବଲପୁର ଜିଲ୍ଲାରେ ଦୈନିକ ହାରାହାରି ୫୦୦ ରୁ ଉର୍ଦ୍ଧ୍ୱ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏହା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନତା କରାଇବା ସହ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲଗୁଡିକ ପାଇଁ ନିର୍ଦ୍ଧିଷ୍ଟ ଟୋଲ ଫ୍ରି ନମ୍ବର ଜାରି କରିଛି ।
ବୁର୍ଲା ଭିମସାର କୋଭିଡ୍ ହସ୍ପିଟାଲ-୧: ୧୮୦୦୩୪୫୬୭୭୨ ଓ ୯୩୩୭୦୫୫୨୯୧
ଭିମ୍‌ସାର କୋଭିଡ୍ ହସ୍ପିଟାଲ-୨: ୧୮୦୦୩୪୫୬୭୭୪ ଓ ୯୩୪୮୭୧୮୫୪୩
ସମ୍ବଲପୁର ଡିଏଚ୍‌ଏଚ୍ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ: ୭୩୨୮୮୪୨୩୬୯ ଓ ୯୪୩୭୦୨୩୯୪୭ ।
ବୁର୍ଲା କୋଭିଡ୍ କେୟାର ସେଣ୍ଟର: ୮୪୮୦୦୧୯୯୩୫
କୁଚିଣ୍ଡା କୋଭିଡ୍ କେୟାର ସେଣ୍ଟର: ୭୬୦୮୯୦୪୧୮୮
ରେଢ଼ାଖୋଲ କୋଭିଡ୍ କେୟାର ସେଣ୍ଟର: ୮୯୮୪୫୭୨୫୭୭
କାଇଁଶିର କୋଭିଡ୍ କେୟାର ସେଣ୍ଟର: ୭୬୮୩୮୫୮୬୪୨
ଯେ କୌଣସି କୋଭିଡ୍ ରୋଗୀ ଏହି ନମ୍ବରରେ ଯୋଗାଯୋଗ କରି ପାରିବେ । ଯେଭଳି ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେଦୃଷ୍ଟିରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ୨୪ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର୍ ମଧ୍ୟ ଜାରି କରାଯାଇଛି । ଯଦି କାହାରି କୋଭିଡ୍ ସମ୍ପର୍କିତ କୌଣସି ଅସୁବିଧା ରହିଛି ସେମାନେ ଏହି ନମ୍ବର ଗୁଡ଼ିକରେ ଯୋଗାଯୋଗ କରି ନିଜର ଶଙ୍କା ଦୂର କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି । ଅପରପକ୍ଷେ କରୋନାର ଦୃତ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସହରକୁ ବିଶୋଧନ କରିିବାକୁ ଏବେ ଏମସିଏଲ୍‌, ହିଣ୍ଡାଲକୋ ଓ ଜିନ୍ଦଲ୍ ଗ୍ରୁପ ଆଦି ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ସହାୟତାରେ ଫଗିଂ ମେସିନ୍ ଦ୍ୱାରା ସହରର ପ୍ରମୁଖ ରାସ୍ତାଘାଟ ସାନିଟାଇଜ କରାଯାଇଛି । ସମ୍ବଲପୁର ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ଓ ସଦର ତହସିଲଦାର ଲକ୍ଷଣ ଅମାତ ଏହି କାର୍ଯ୍ୟକୁ ତଦାରଖ କରିଥିଲେ । ତେବେ ଏହି କାର୍ଯ୍ୟ ନେଡି ଗୁଡ଼ କହୁଣୀକୁ ବୋହିବା ପର୍ଯ୍ୟନ୍ତ କାହିଁକି ପ୍ରଶାସନ ଅପେକ୍ଷା କରିଥିଲା ସେ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking