28.1 C
Bhubaneswar
Saturday, April 27, 2024
Homeବିଜିନେସ୍ଏକ ନମ୍ୱର୍ ରେ ଜିଓ

ଏକ ନମ୍ୱର୍ ରେ ଜିଓ

ନୂଆଦିଲ୍ଲୀ: ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିଛି ଜିଓ। ରାଜ୍ୟରେ ନିଜ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରିଛି। ଏ ନେଇ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ।

ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧ ପ୍ରତିଶତରୁ ଉର୍ଦ୍ଧ୍ୱ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ପରିବ୍ୟାପ୍ତ କରିଛି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ଫେବ୍ରୁଆରୀରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୬,୭୮୩ ବୃଦ୍ଧି ହୋଇ ରାଜ୍ୟର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୨୦୨୧ ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା ୩.୪ କୋଟି ଅତିକ୍ରମ କରିଛି ।

ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ୧,୯୦,୬୬୩ ସଂଖ୍ୟକ ନୂତନ ଗ୍ରାହକ ସହ ଯୋଡ଼ି ହୋଇଥିବା ବେଳେ ତାହା ପଛକୁ ରହିଛି ଏୟାରଟେଲ। ଏୟାରଟେଲ ଉକ୍ତ ମାସରେ ୬୬,୯୦୮ ଗ୍ରାହକଙ୍କ ସହ ଯୋଡି ହେବାରେ ସଫଳ ହୋଇଛି।

ଏହି ମାସରେ ରାଜ୍ୟରେ ଭୋଡାଫୋନ ଆଇଡିଆ ୬୪,୯୦୪ ଏବଂ ବିଏସଏନଏଲ୍ ୩୫,୮୮୪ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking