29.1 C
Bhubaneswar
Tuesday, May 7, 2024
Homeଓଡିଶାଚିକିତ୍ସା ଅଭାବରୁ ଘୁନସରରେ ମୃତ୍ୟୁର ତାଣ୍ଡବ

ଚିକିତ୍ସା ଅଭାବରୁ ଘୁନସରରେ ମୃତ୍ୟୁର ତାଣ୍ଡବ

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି । ସଇଁନ୍ତଳା ବ୍ଲକର ଘୁନସର ଗ୍ରାମରେ ଗତକାଲି ଗୋଟିଏ ଦିନରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୩ ବର୍ଷ ହେଲାଣି ଘୁନସର ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଇଥିବାରୁ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ବଲାଙ୍ଗିର ସିଡିଏମ୍‌ଓ ଡ଼ା. ଭୀମ ସାହୁଙ୍କୁ ମଧ୍ୟ ଅନେକ ଥର ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ତତ୍ପର ଦେଖାଉନାହିଁ । ଚିକିତ୍ସା ଅଭାବରୁ ଅନେକ ଲୋକ ମୃତ୍ୟୁବରଣ କରୁଥିବା ଅଭିଯୋଗ ହୋଇଛି ।
ଏହି ଡାକ୍ତରଖାନା ଉପରେ ଖାସବାହାଲ, କଂସର, ଭୂସ୍କିମାଲ, ଉଳବା,ଡୁଙ୍ଗୁରିପାଳି ଭଳି ଅନେକ ଗ୍ରାମର ଲୋକେ ନିର୍ଭର କରୁଛନ୍ତି । ହେଲେ ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ସଇଁନ୍ତଳା ଡାକ୍ତରଖାନାରେ ଉପରେ ଭରସା କରିଥାନ୍ତି । ସମ୍ପ୍ରତି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଚାଲିଥିବାରୁ ଗରିବ ଲୋକେ ଚିକିତ୍ସା ପାଇଁ ୧୫ କିଲୋମିଟର ଦୂର ଅତିକ୍ରମ କରି ସଇଁନ୍ତଳା ଡାକ୍ତରଖାନାକୁ ଯିବାଆସିବା କରିବା ସମ୍ଭବ ହେଉନାହିଁ । ସମ୍ପ୍ରତି ଏ ସବୁ ଗ୍ରାମର ଅନେକ ଲୋକ ଜ୍ୱରରେ ପୀଡ଼ିତ । ସଇଁନ୍ତଲା, ଘୁନସର, କଅସର, ବେଲଗାଁ, ସିସକେଲ, ଟିକ୍ରାପଡା ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଜ୍ୱର ବ୍ୟାପିବାରେ ଲାଗିଛି । ଗତ ସୋମବାର ଦିନ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡା. ସମରେନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବେଲଗାଁ ଡାକ୍ତରଖାନାରେ ୩୦ ଜଣଙ୍କ ଆରଟିପିସିଆର ଏବଂ ୩୦ ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଛି । ଆରଟିପିସିଆର ରିପୋର୍ଟ ଆସିବାରେ ତିନି ଦିନ ସମୟ ଲାଗିଯାଉଥିବାରୁ ଅନେକ ରୋଗୀ ସଂଶୟରେ ରହିଛନ୍ତି । ବର୍ତ୍ତମାନ ସମୟରେ ବ୍ଲକ ଅଞ୍ଚଳରେ ୪ ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ଜଣାପଡ଼ିଛି । ଅନେକ ଅସୁସ୍ଥ ଲୋକ ଭୟରେ କରୋନା ପରୀକ୍ଷା ପାଇଁ ଯାଉନାହାନ୍ତି । ଅପର ପଟେ ଛନଛଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଡିଓ ଦେବାଶିଷ ସାମଲ, ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଏସଆଇ ରବୀନ୍ଦ୍ର ସାହୁ, ସରପଞ୍ଚ ହିମାଞ୍ଚଳ ବୁଡେକ ପ୍ରମୁଖଙ୍କ ଉପସ୍ଥିତରେ ୧୨୧ ଜଣଙ୍କୁ ଟିକାଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking