30.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ପ୍ରଭାବ: ଦୋକାନ ବଜାର ବନ୍ଦ , ମିଳିବ ଅତ୍ୟାବଶ୍ୟକ ସାମଗ୍ରି

କରୋନା ପ୍ରଭାବ: ଦୋକାନ ବଜାର ବନ୍ଦ , ମିଳିବ ଅତ୍ୟାବଶ୍ୟକ ସାମଗ୍ରି

ବଲାଙ୍ଗିର, – କରୋନା କୁ ନେଇ ବଲାଙ୍ଗୀରରେ ଆଜ ସକାଳୁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । । ରାସ୍ତା,ଘାଟ ସବୁ ଶୁନ୍‌ଶାନ ହୋଇ ଯାଇଛି । ଆଜି ସକାଳୁ ଲୋକେ କିଛି ବୁଝିବା ପୂର୍ବରୁ ପୋଲିସ ସହର ସାରା ବୁଲି ବୁଲି ଦୋକାନ ବଜାର ସବୁ ବନ୍ଦ କରି ଦେଇଥିଲା । ପୋଲିସ ସହର ସାରା ବୁଲିବୁଲି ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରୁଥିବାରୁ ଲୋକେ ବାଧ୍ୟ ହୋଇ ଦୋକାନ ବଜାର ବନ୍ଦ କରି ଦେଇଥିଲେ । କେବଳ ଡେଲି ନିଡ୍ସ , ପନି ପରିବାର ଦୋକାନ ଓ ମାଛ , ମାଂସ , ଅଣ୍ଡା ଦୋକାନ ଖୋଲା ରହିଛି । ତେବେ ହଠାତ କାହିଁକି ଦୋକାନ ବଜାର ବନ୍ଦ କରାଗଲା ଲୋକେ ତାହା ବୁଝି ପାରୁନାହାନ୍ତି । ଏ ସମ୍ପର୍କରେ ପୋଲିସ ପ୍ରଶାସନକୁ ପଚାରଗଲେ ମଧ୍ୟ କେଉଁ ଆଦେଶ ବଳରେ ଦୋକାନ ବଜାର ବନ୍ଦ କରାଯାଉଛି ତାର ଉତ୍ତର ଦେଉନାହାନ୍ତି । ତେବେ କରୋନାର ଭୟାଭବହତାକୁ ଦୃଷ୍ଟିରେ ରଖି ଦୋକାନ ବଜାର ବନ୍ଦ କରାଯାଉଛି ବୋଲି ପ୍ରଶାସନ ତରଫରୁ କୁହାଯାଉଛି । ଅପର ପକ୍ଷରେ ଲୋକଙ୍କୁ ଯେଉଁ ଧରଣରେ ସଚେତନତା କରଯିବା କଥା ତାହା ପ୍ରଶାସନ କରୁନାହିଁ ବରଂ ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟ ଯୋଗୁଁ ଲୋକଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି ବୋଲି ସାଧାରଣ ଜନତା ମତ ଦେଉଛନ୍ତି । ତେବେ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବି ବୋଲି ପ୍ରଶାସନ ତରଫରୁ କୁହାଯାଇଛି । କିନ୍ତୁ ଅତ୍ୟାବଷ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବଜାର ଖୋଲା ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking