27.8 C
Bhubaneswar
Friday, April 19, 2024
Homeଓଡିଶା‘ଜନତା କର୍ଫ୍ୟୁ’ ପାଇଁ ବସ୍ ଚଳାଚଳ ବନ୍ଦ ରହିବ

‘ଜନତା କର୍ଫ୍ୟୁ’ ପାଇଁ ବସ୍ ଚଳାଚଳ ବନ୍ଦ ରହିବ

କଟକ: ଆସନ୍ତା ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ପାଇଁ ସାରା ଦେଶବାସୀଙ୍କୁ ଆହ୍ୱନ କରିଛନ୍ତି । ମୋଦୀଙ୍କ ଏହି ଆହ୍ବାନ ଅନୁସାରେ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହେବ । ତେଣୁ ରାଜ୍ୟରେ ମଧ୍ୟ ଆସନ୍ତାକାଲି ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏନେଇ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରାୟ ୧୩ରୁ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି ।
ଏହାଛଡ଼ା କଟକରେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିବ । ସହରରେ କେବଳ ୫୦ଟି ଅଟୋକୁ ଛାଡ଼ି ଦେଲେ ସମସ୍ତ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଅଟୋ ରିକ୍ସା ସଂଘ ପକ୍ଷରୁ କୁହାଯାଇଛି । ରବିବାର ଓଡ଼ିଶାରେ ଜନତା କର୍ଫ୍ୟୁ ପାଇଁ ୨୦ ଲକ୍ଷ ଦୋକାନ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ରାଜ୍ୟରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସହ ଅଧୀନରେ ୧୯୪ଟି ସଂଘ ରହିଛି । ସେସବୁ ସଂଘଙ୍କୁ ଦୋକାନ ବନ୍ଦ ପାଇଁ କୁହାଯାଇଛି । ତେବେ ଡାଲି, ଚାଉଳ, ପନି ପରିବା ଓ ଆମିଷ ଆଦି ଦୋକାନ ବନ୍ଦ ରହିଲେ ମଧ୍ୟ ପେଟ୍ରୋଲ ପମ୍ପ ଏବଂ ଔଷଧ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ସର୍ବନିମ୍ନ କର୍ମଚାରୀ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବେ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଂଜୟ ଲାଠ୍ କହିଛନ୍ତି । ସେହିଭଳି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନର ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking