19.1 C
Bhubaneswar
Tuesday, January 25, 2022
Homeଓଡିଶାସଇଁନ୍ତଲା ବ୍ଲକରେ ବନ୍ଦ ହେବ ୨୬ଟି ବିଦ୍ୟାଳୟ, ଗ୍ରାମବାସୀଙ୍କ ଆନ୍ଦୋଳନ ଧମକ, ବିଇଓଙ୍କୁ ଦାବିପତ୍ର

ସଇଁନ୍ତଲା ବ୍ଲକରେ ବନ୍ଦ ହେବ ୨୬ଟି ବିଦ୍ୟାଳୟ, ଗ୍ରାମବାସୀଙ୍କ ଆନ୍ଦୋଳନ ଧମକ, ବିଇଓଙ୍କୁ ଦାବିପତ୍ର

ବଲାଙ୍ଗିର;-ସାରା ଜିଲ୍ଲାରେ ଶହଶହ ସ୍କୁଲ ବନ୍ଦ ହେବକୁ ଯାଉଛି । ଅନେକ ସ୍କୁଲକୁ ନିକଟସ୍ଥ ସ୍କୁଲ ସହିତ ମଶ୍ରଣ କରାଯାଉଛି । ତେବେ ଏହାର ପ୍ରଭାବରେ ଜିଲ୍ଲାର ପଛୁଆ ଅଞ୍ଚଳ ଛାତ୍ରଛାତ୍ରି ଅଧୀକ ଭୋଗିବା ସହିତ ଅନେକେ ପାଠ ପଢାରୁ ବଞ୍ଚିତ ହେବେ । ତେବେ ଆଗାମି ଦିନରେ ଯଦି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଛକରବାଞ୍ଜି ସ୍କୁଲ ବନ୍ଦ ହୁଏ ତେବେ ତିବ୍ର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ବ୍ଲକ ଶିକ୍ଷା ଅଧୀକାରୀଙ୍କୁ ଚେତାଇ ଦେଇଛନ୍ତି । ସୁଚନା ଅନୁଯାଇ ସଇଁତଲା ବ୍ଲକର ୨୬ଟି ବିଦ୍ୟାଳୟ ବନ୍ଦ ହେବ ବୋଲି ଜଣାପଡିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହି ବ୍ଲକର ଦେଉଳୀ, କୁସମେଲ, ମାଲପଡା, ବନ୍ଧପଡା, ସଇଁନ୍ତଲା, ବ୍ଲକ କଲୋନି, ଡୁଙ୍ଗୁରିପାଲି, ମହୁଲପଡା, ଜୁନାନୀମାଲ, ମନୁମୁଣ୍ଡା, ବାରିକପାଲି, ସିନଖମନ, କନ୍ଦ୍ରେନବାହାଲି, ଚନ୍ଦନପଡା,ବେନିଅଁବନ୍ଧ, ଜାନିପଡା, ବିଜାପଦର, ଛକୋରବାଞ୍ଜି, ବେଲଘାଟି, ସୁଲିଆମାଲ, କୁଜାଲପଡା, ଗୁନିମୁଣ୍ଡା, ସିକାପତ୍ରାପାଲି, ସାଇମରା, ରେଙ୍ଗାଲି, ଗୁରମୁନୀରେ ଥିବା ବିଦ୍ୟାଳୟ ବନ୍ଦ ହେବା ନେଇ ସୁଚନା ରହିଛି । ତେବେ ଏହାକୁ ନେଇ ଛକରବାଞ୍ଜି ଗ୍ରାମବାସୀଙ୍କ ମଧ୍ୟରେ ଗାଁ ର ଛାତ୍ରଛାତ୍ରି ଅନ୍ୟତ୍ର ସ୍କୁଲ ଜିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତାଙ୍କର ଅଭିଯୋଗ ମୁତାବକ ଛକରବାଞ୍ଜି ବିଦ୍ୟାଳୟରେ ୨୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ତା ସତ୍ୱେ ଏହି ସ୍କୁଲଟିକୁ ଡେଙ୍ଗ ଗ୍ରାମର ସ୍କୁଲ ସହ ମିଶ୍ରଣ କାରାଯାଇଛି । କିନ୍ତୁ ତାଙ୍କ ଗ୍ରାମ ଠାରୁ ମିଶ୍ରଣ ହେବାକୁ ଥିବା ଡେଙ୍ଗର ଦୂରତ୍ୱ ପ୍ରାୟ ୫ କିଲୋମିଟର ହୋଇଥିବା ବେଳେ ରେଳ ଧାରଣା ସହ ରେଳବାଇ ଫାଟକ ରାସ୍ତା ଅବରୋଧ କରିଛି । ବିଦ୍ୟୁତ ଲାଇନ ସଂଯୁକ୍ତ ରେଳ ଲାଇନରେ ସମ୍ବଳପୁର,ରାୟପୁର ଭଲି ଅନେକ ସ୍ଥାନକୁ ଦୈନିକ ଅନେକ ଯାତ୍ରିବାହୀ ତଥା ମାଲବାହୀ ଟ୍ରେନ ଯାତାୟାତ କରୁଛି । ଏପରି ସ୍ଥିତିରେ ଶିଶୁମାନେ କିପରି ଏଭଳି ବିପଦ ଶଂକୁଳଅବସ୍ଥାରେ ବିଦ୍ୟାଳକକୁ ଯିବେ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିବା ସହ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଅଖିଳ ଦୀପ, ସିଆରସିସି ଅଗସ୍ତି ଦୀପଙ୍କୁ ସାକ୍ଷାତ କରି ଏକଦାବି ପତ୍ର ଦେଇଛନ୍ତି । ତେବେ ଯଦି ଆଗାମି ଦିନରେ ପ୍ରଶାସନ ଏ ଉପରେ ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking