30.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ସଚେତନତା ଏବଂ ରିଲିଫ ବଣ୍ଟନର ୨୫୦ତମ ଦିବସ ପାଳନ ଓ ୬୦ ଦିବସୀୟ ଶକ୍ତି...

କରୋନା ସଚେତନତା ଏବଂ ରିଲିଫ ବଣ୍ଟନର ୨୫୦ତମ ଦିବସ ପାଳନ ଓ ୬୦ ଦିବସୀୟ ଶକ୍ତି ଉପାସନାର ପୁରଶ୍ଚରଣ କର୍ମ

ଯାଜପୁର/ଭଦ୍ରକ: ଉତ୍କଳୀୟ କଳା, ସାହିତ୍ୟ ଓ ସଂସ୍କୃତିର ମାଟି ତଥା ବିଶ୍ୱର ସର୍ଵ ପ୍ରାଚୀନ ଶକ୍ତି ପୀଠ ବିରଜା କ୍ଷେତ୍ରରୁ ଗତ ତା୦୩ ଅକ୍ଟୋବର ୨୦୨୦ରିଖ ଶକ୍ତି ଉପାସନା ଓ ସମୂହ ଦୀପଦାନର ପ୍ରଥମ ଦିବସ ପବିତ୍ର ଦୂତିବାହନ ଓଷାଠାରୁ ହିନ୍ଦୁ ମତାନୁସାରେ କରୋନା ରାକ୍ଷସର ବିନାଶ ନିମନ୍ତେ ୬୦ଦିନ ଧରି ଶକ୍ତି ଉପାସନା ଓ ସମୂହ ଦୀପଦାନ ସାରା ଦେଶର ବିଭିନ୍ନ ସ୍ଥାନରେ ଦେଶର ଅଗ୍ରଣୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆୟୋଜିତ ହୋଇ ଆଜି ପୁରଶ୍ଚରଣକର୍ମ ବେଦ, ବେଦାନ୍ତ, ବେଦାଙ୍ଗର ଆଦ୍ୟାଶକ୍ତିକ୍ଷେତ୍ର ଭଦ୍ରକାଳୀ ପୀଠ ଭଦ୍ରକଠାରେ ଉଦଯାପିତ ହୋଇଯାଇଅଛି।ନଗରନାରୀ ମାନଙ୍କଦ୍ୱାରା ପ୍ରାତଃ ସୂର‌୍ୟ୍ୟ ପୂଜା ଓ ରେଣୁପିଣ୍ଡ ପୂଜା ସହ ପବିତ୍ର ବ୍ରାହ୍ମଣୀ, ବେଙ୍ଗା,ବୈତରଣୀ, ଶାଳନ୍ଦୀ ଆଦି ନଦୀମାତୃକାର ନିରାଜନ ବନ୍ଦାପନା ସହ ଶକ୍ତି ଉପାସନା, ସମୂହ ଦୀପଦାନ,ପଞ୍ଚଦିବସୀୟ ଆକାଶ ଦୀପ ପ୍ରଜ୍ଵଳନ ଆଦିକୁ ଉଦଯାପିତ କରାଯିବାସହ ଓଡ଼ିଆ ଜାତି ଓ ସଂସ୍କୃତିର ଅସ୍ମିତା ତଥା ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ସ୍ବାକ୍ଷରକୁ ବହନ କରୁଥିବା ଵୋଇତ ବନ୍ଦାଣ ଉତ୍ସବକୁ କୋଭିଡ଼ ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ଭାବେ ମଞ୍ଚରେ ପାଳନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ଦ୍ଵିତୀୟ ପର‌୍ୟ୍ୟାୟରେ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭ ହୋଇଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୨୫୦ତମ ଦିବସ ଭଦ୍ରକ ଜିଲ୍ଲାର କ୍ଷେତ୍ରବାସୀସାହି ଚୁନିଦା-ଟାଙ୍କୁଣୀ ଠାରେ ପାଳନ କରାଯାଇଅଛି।ଏଥିରେ ବିଭିନ୍ନ ଅଞ୍ଚଳର ନଗର ମହିଳା ମାନଙ୍କଦ୍ୱାରା ମୁରୁଜ ଓ ଝୋଟି ଚିତ୍ର ମାଧ୍ୟମରେ କରୋନା ସଚେତନତା ଓ ଓଡ଼ିଶାର କଳା ପରମ୍ପରାକୁ ବଜାୟ ରଖିବାସହ କରୋନା ସଚେତନତା ପାଲା, କରୋନା ସଚେତନତା ନାଟକ, ସଚେତନତା ସଙ୍ଗୀତ ଆଦି ପରିବେଷଣ କରାଯାଇଥିବାର ଦେଖିବାକୁ ମିଳିଥିଲା।ଏହି ଅବସରରେ ଯାଦବ ନେତା କୃଷ୍ଣଚନ୍ଦ୍ର ବେହେରାଙ୍କ ସହାୟତାରେ ପରିବେଶର ସୁରକ୍ଷା ନିମନ୍ତେ କ୍ଷେତ୍ରବାସିପିଠରେ ବୃକ୍ଷ ରୋପଣ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ତୃତୀୟ ପର୍ଯ୍ୟାୟ ୨୫୦ତମ ଦିବସ ପାଳନ ଓ ସମୀକ୍ଷା ବୈଠକ କ୍ଷେତ୍ରବାସୀସାହି ଚୁନିଦାସ୍ଥିତ କ୍ଷେତ୍ରବାସିପିଠ କପାଳିନଦୀ କୂଳରେ ଚିନ୍ମୟ ଫାଉଣ୍ଡେସନର ଭଦ୍ରକ ଜିଲ୍ଲା ଶାଖା କାର୍ଯ୍ୟାଳୟ ଓ କୁରାଳ ଫାଉଣ୍ଡେସନର ସହାୟତାରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଅତିଥି ମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking