28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗରିସର୍ଚ କହୁଛି କୋରନା ମହାମାରୀ ପାଇଁ ଚାଇନାହିଁ ଦାୟୀ

ରିସର୍ଚ କହୁଛି କୋରନା ମହାମାରୀ ପାଇଁ ଚାଇନାହିଁ ଦାୟୀ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ କୋରନା ଭାଇରସ ଚାଇନାର ଭୁହାନ ସହରରେ ୨୦୧୯ ଡ଼ିସେମ୍ବର ମାସରେ ଦେଖାଯାଇଥିଲା । ଏହି ଭୟାନକ ଭାଇରସରେ ବିଶ୍ୱର ୬୩.୨ ମିଲିୟନ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧.୪୭ ମିଲିୟନ ଲୋକ ପ୍ରାଣ ହରାଇ ସାରିଲେଣି । ଏନେଇ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ସୂଚନା ଦେଇଛି । ଏପରି ବହୁ ରିପୋର୍ଟରୁ ଜଣା ପଡ଼ଛିଯେ ଲଗାତର ଭାବେ ଚାଇନା କୋରନା ଭାଇରସର ସତ୍ୟତାକୁ ଲୁଚାଇବା ସହ ଏହାର ପ୍ରମାଣ ଯେପରି ବାହାର ଗଣମାଧ୍ୟମକୁ ନଯାଏ ସେଥିପ୍ରତି ଚେଷ୍ଟା ଚଳାଇ ଥିଲା । ଏହାନେଇ ବେଜିଂର ଲାର୍ବୋଟେରିରୁ ମଧ୍ୟ ପ୍ରମାଣ ମିଳିଛି । ଏହାସହ ଚାଇନା ଟିକା ପ୍ରସ୍ତୁତ କରୁଥିବା ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ମନା କରିଦେଇଛି କୌଣସି ପ୍ରକାରର ସାହାଯ୍ୟ କରିବା ପାଇଁ । ଏପରି ବହୁ ଥିଓରିରୁ ଜଣାପଡ଼ିଛି ଯେ ଏହି ଭାଇରସର ଉତ୍‌ପତି ଚୀନର ଭୁହାନ ସହରରୁ ହିଁ ହୋଇଛି । କିନ୍ତୁ ଏବେ ମ୍ୟଧ୍ୟ ଏହି ରୋଗର କାରଣ ସଠିକ ଭାବେ ଜଣା ପଡ଼ୁନାହିଁ ।
ଆମେରିକାର ସିଧାସଳଖ ଆରୋପ ପରେ ମଧ୍ୟ ଚିନର ଜିନପିଙ୍ଗଙ୍କ ସରକାର ମାନିବାକୁ ପ୍ରସ୍ତୁତ ନୁହେଁଯେ ଏହି ଭାଇରସ ଚିନରୁ ହିଁ ଆସିଛି  । ତେଣୁ ଏହି ଭାଇରସକୁ ପ୍ରସାର କରିବା ପାଇଁ ଚାଇନାହିଁ ଦାୟୀ । ଏହିି କାରଣ ଯୋଗୁଁ ବିଶ୍ୱରେ ଆଜି ମହାମାରୀ ଭଳି ଭୟାନକ ପରିସ୍ଥିତି ଉପୁଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking