26.1 C
Bhubaneswar
Friday, March 29, 2024
Homeଅପରାଧପତ୍ନୀ ସହ ନିଜ ୫ ଶିଶୁଙ୍କୁ ଟାଙ୍ଗିଆରେ ହାଣିଲା ବାପା

ପତ୍ନୀ ସହ ନିଜ ୫ ଶିଶୁଙ୍କୁ ଟାଙ୍ଗିଆରେ ହାଣିଲା ବାପା

ବିିହାର : ବିହାରରେ ଅପରାଧସ୍ତର ଏବେ ବହୁତ ଉଚ୍ଚରେ । ପ୍ରତେକଦିନ ହତ୍ୟା ,ଲୁଟ ,ଡ଼କାୟତି,ଦୁଷ୍କର୍ମ ଭଳି ଅନେକ ଘଟଣା ସାମନାକୁ ଆସୁଛି । ସେହିପରି ଗତକାଲି ସିବାନରେ ଘଟିଯାଇଛି ଏଭଳି ଅମାନୂଶିକ ଘଟଣା ଯାହା ଅବିଶ୍ୱସନୀୟ । ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହିତ ୫ ଛୁଆଙ୍କୁ ଟାଙ୍ଗିଆରେ ହାଣି ଦେଇଛି । କେବଳ ଏତିକି ନୁହଁ ଆରେପୀ ବାପା କହିଛି ‘ମୋ ଭିତରେ ଭୁତ ପଶି ଯାଇଥିଲା ଓ ଯେପରି କହୁଥିଲା ଆଗରେ ଯିଏ ଆସୁଛି ତାକୁ ମାରିଦେ’  । ଘଟଣାଟି ଘଟିଛି ସିବାନ ଜିଲ୍ଲାର ଭଗବାନପୁର ଥାନା ଅନ୍ତର୍ଗତ ବଲହା ଗ୍ରାମରେ । ଏଠାରେ ଅବଧେଶ ଚୌଧୁରି ନାମକ ବ୍ୟକ୍ତି ଏହିପରି କାଣ୍ଡ ଘଟାଇଛି । ଆରୋପୀର ପରିବାରରେ ପତ୍ନୀ ,୨ ଝିଅ ଓ ୩ ପୁଅ ଅଛନ୍ତି । ଟାଙ୍ଗିଆରେ ହାଣିବା ପରେ ପତ୍ନୀ ଓ ଛୁଆଙ୍କୁ ଗୁରୁତର ଅବସ୍ଥାରେ ପାଟନା ହସ୍ପିଟାରେ ଭର୍ତ୍ତି କରାଯାଇଛି । ସୂଚନା ଅନୂଯାୟୀ ସ୍ୱାମୀ ଅବଧେଶଙ୍କର କୌଣସି କଥାକୁ ନେଇ ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ରାଗରେ ନିଜ ପରିବାର ସଦସ୍ୟଙ୍କୁହିଁ ହାଣି ପକେଇଥିଲା । ଆରେପୀଙ୍କ କହିବା ଅନୂସାରେ ସେ ଗେଟ ଖୋଲାରଖି ବାହାରକୁ ଯାଇଥିଲେ । ଆସିଲା ପରେ ତାଙ୍କ ଭିତରେ ଯେପରି ଭୁତ ପଶି ଯାଇଥିଲା ଆଉ ଆଗରେ ଯିଏ ଆସିଲା ତାକୁ ମାରିଦବାକୁ କହିଥିଲା । ପରେ ସାମନାରେ ଘର ଲୋକ ଆସିଯାଇଥିଲେ । ତେଣୁ ସେ ଟାଙ୍ଗିଆରେ ହାଣି ଦେଇଥିଲ । ।
ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଆରେପୀକୁ ଗିରଫ କରିଥିଲା । ଏସଏଆଇ ଶଶିଭୁଷଣଙ୍କ କହିବା ଅନୂସାରେ ପ୍ରା୍‌ଥମିକ ଜାଞ୍ଚରୁ ଜଣା ପଡ଼ିଛି ରେ ଆରେପୀ ଜଣକ ମାନସିକ ଭାବରେ ସୁସ୍ଥ ନୁହଁ । ତେବେ ପୋଲିସର ଛାନବିନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking