29.1 C
Bhubaneswar
Saturday, April 27, 2024
Homeଓଡିଶାଅପହଞ୍ଚ ଇଲାକାରେ ପହଞ୍ଚୁ ପ୍ରଶାସନ ମାକ୍ସ ବଣ୍ଟନ ସହ ସଚେତନ କଲେ ସ୍ୱେଚ୍ଛାସେବୀ

ଅପହଞ୍ଚ ଇଲାକାରେ ପହଞ୍ଚୁ ପ୍ରଶାସନ ମାକ୍ସ ବଣ୍ଟନ ସହ ସଚେତନ କଲେ ସ୍ୱେଚ୍ଛାସେବୀ

 
ବଲାଙ୍ଗିର,- ସହରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ , ବିଶେଷତଃ ପଛୁଆ ଓ ଅପାହଞ୍ଚ ଇଲାକାରେ ଏହାକୁ ନେଇ ଜନ ସଚେତନତା ସୃଷ୍ଟି କରିବାକୁ ଅନୁଷ୍ଠାନ ଅଣ୍ଟା ଭିଡିଛି କରଙ୍ଗାକଟା ବଞ୍ଚାଓ ଅଭିଯାନ । ସହରର ଅନ୍ୟ ଅଂଚଳମାନେ କମ ବହୁତ ସରକାରି ସହାୟତା ପାଉଥିବା ବେଳେ ଏଭଳି ଅଂଚଳକୁ ଜିଲ୍ଲା ପ୍ରଶାସନ ତଥା ଏହାର ସୁବିଧା ସୁଯୋଗ ପହଞ୍ଚି ପାରୁ ନଥିବା ଅଭୀଯୋଗ ହେଉଛି । ବଲାଙ୍ଗିର ସହରର କେନ୍ଦ୍ରୀୟ ବିଦ୍ୟାଳୟ ପଛପଟେ ଥିବା ନିଖିଲ ନଗର,ଡେମପଡା ଆଦି ଅଂଚଳରେ କରଙ୍ଗାକଟା ବଞ୍ଚାଅ ଅଭିଯାନ ପକ୍ଷରୁ ମାକ୍ସ ବଣ୍ଟନ କରାଯାଇଛି । ଲୋକଙ୍କୁ ଘରେ ରହିବା,ଜିଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କ ସୂଚନା ଓ କଟକଣାକୁ ମାନିବା,ଅତି ଜରୁରୀ ନହେଲେ ଘରୁ ନବାହାରିବା, ମାକ୍ସ ପିନ୍ଧିବା ଆଦି ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ଅଞ୍ଚଳ କୌଣସି ଉପାନ୍ତ ଅଂଚଳରୁ କମ ନୁହେଁ । ଏଠିକାର ସ୍ୱାସ୍ଥ୍ୟ ସମସ୍ୟା,ସ୍ୱଚ୍ଛତା ନେଇ ପୌରପାଳିକା ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା କରଙ୍ଗାକଟା ବଞ୍ଚାଅ ଅଭଯାନର ସଭାପତି ହେମନ୍ତ କୁମାର ପଣ୍ଡା । ସେହିପରି ଏହି ଅଞ୍ଚଳରେ ସଫେଇ, ସେନିଟାଇଜ କରାଯିବା ସହ ବ୍ଲିଚିଂ ପକାଯିବାକୁ ଦାବି କରିଛି କମିଟି । ଆଜି କମିଟି ତରଫରୁ କୋଭିଡ-୧୯ ମୁକାବିଲା ପାଇଁ ସଚେତନତା ସୃଷ୍ଟି କରାଯିବା ସହ ମାକ୍ସ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଆବାହକ ପ୍ରଶାନ୍ତ ମହାକୁର, ରେଡକ୍ରସର ସଦସ୍ୟ ତଥା ସ୍ୱେଚ୍ଛାସେବୀ ଶିକ୍ଷକ ରାମ ନାରାୟଣ ଦାଶ, ଯୁବ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ, ଅଭିନେତା ଅଜୟ ନାଗ, ସାଗର କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking