28.1 C
Bhubaneswar
Friday, March 29, 2024
HomeUncategorizedକରେଂଟରେ ନାବାଳକ ମୃତ

କରେଂଟରେ ନାବାଳକ ମୃତ

ରାଉରକେଲା: ଆଜି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ ସାତଟା ସମୟରେ ଜଲଦା ଗ୍ରାମ ପଂଚାୟତ ଅନ୍ତର୍ଗତ ଜଲଦା ‘ବି’ ବ୍ଲକରେ ଘଟିଛି ଏକ ଦୁଖଦଃ ଘଟଣା । ଜଲଦାରେ ରହୁଥିବା ପର୍ଶୁ କିସାନଙ୍କ ନାବାଳକ ପୁତ୍ର ରୋହନ କିସାନ(୧୫) ଆଜି ସକାଳେ ଘରେ ଲାଗିଥିବା ଇନର୍ଭଟରକୁ ସଜାଡ଼ୁଥିବା ବେଳେ, ଅସାବଦାନତା ବଶତଃ ତାଙ୍କର ହାତ ତାରରେ ବାଜି ଯିବାରୁ ବିଦ୍ୟୁତ ଆଘାତରେ ଆହତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ପରିବାର ଲୋକେ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ରୋହନକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଜଲଦା ଫାଣ୍ଡି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହି ଘଟଣାକୁ ନେଇ ଅଂଚଳରେ ବସବାସ କରୁଥିବା ବାସିନ୍ଦାଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking