29.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଅକ୍ଟୋବର ସୁଦ୍ଧା ଭାରତରେ ତୃତୀୟ ଲହର !

ଅକ୍ଟୋବର ସୁଦ୍ଧା ଭାରତରେ ତୃତୀୟ ଲହର !

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତରେ କୋଭିଡ୍‌ର ତୃତୀୟ ଲହର ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଦ୍ୱିତୀୟ ଲହର ତୁଳନାରେ ଏହି ଲହରକୁ ଉନ୍ନତ ଭାବେ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଇଛି । ଏହାସତ୍ତ୍ୱେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ଉପରେ ତୃତୀୟ ଲହରର ପ୍ରଭାବ ବଳବତ୍ତର ରହିବ ବୋଲି ଜଣାପଡିଛି । ୪୦ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ମହାମାରୀ ବିଶେଷଜ୍ଞ ଓ ଭାଇରୋଲୋଜିଷ୍ଟଙ୍କୁ ନେଇ ରଏଟର ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

ତେବେ ବ୍ୟାପକ ଟିକାକରଣ ଜରିଆରେ ତୃତୀୟ ଲହରର ପ୍ରକୋପକୁ କେତେକାଂଶରେ  ମୁକାବିଲା କରାଯାଇପାରିବ ବୋଲି କୁହାଯାଇଛି । ସର୍ଭେରେ ସାମିଲ ହୋଇଥିବା ୮୫ ପ୍ରତିଶତ ଅର୍ଥାତ ୨୪ ଜଣ ବିଶେଷଜ୍ଞ କହିଛନ୍ତି ଯେ ଅକ୍ଟୋବର ସୁଦ୍ଧା ଭାରତରେ କୋଭିଡ୍‌ର ତୃତୀୟ ଲହର ଦେଖିବାକୁ ମିଳିବ । ଏମାନଙ୍କ ମଧ୍ୟରୁ ତିନି ଜଣ ଅଗଷ୍ଟରେ ତୃତୀୟ ଲହର ଆଗମନକୁ ଭବିଷ୍ୟବାଣୀ କରିଥିବାବେଳେ ୧୨ ଜଣ ସେପ୍ଟେମ୍ବରରେ ଓ ଅବଶିଷ୍ଟ ତିନିଜଣ ନଭେମ୍ବର-ଫେବୃଆରୀ ସମୟସୀମା ଧାର୍ଯ୍ୟ କରିଥିବା ଜଣାପଡିଛି ।

୭୦ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରକୁ ଅପେକ୍ଷାକୃତ ଭଲଭାବେ ନିୟନ୍ତ୍ରଣ କରାଯାଇପାରିବ। ଦ୍ୱିତୀୟ ଲହରରେ କୋଭିଡ୍ ଭୂତାଣୁ ଏକାଧିକ ଭାରିଆଣ୍ଟ ଦେଖିବାକୁ ମିଳିଥିବାବେଳେ ଭାରତରେ କୋଭିଡ୍ ଟିକା, ଔଷଧ, ଅକ୍ସିଜେନ, ଭେଣ୍ଟିଲେଟର ଓ ଡାକ୍ତରଖାନା ଶଯ୍ୟାର ଅଭାବ ଏହି ସ୍ଥିତିକୁ ଅଧିକ ଦୟନୀୟ କରିଥିଲା । ବର୍ତ୍ତମାନ ଭାରତରେ ଟିକାକରଣ କାର୍ଯ୍ୟକୁ ବ୍ୟାପକ କରାଯାଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡାଃ ରଣଦୀପ ଗୁଲେରିଆ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ କେବଳ ୫ ପ୍ରତିଶତ ଯୋଗ୍ୟ ଲୋକଙ୍କୁ ଦୁଇଟି ଡୋଜ୍ ଟିକା ଦିଆଯାଇସରିଛି ।

ଫଳରେ ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ ନେଇନଥିବା ଲୋକଙ୍କଠାରେ ସଂକ୍ରମଣ ଆଶଙ୍କା ଅଧିକ ରହିଥିବା ସେ କହିଛନ୍ତି । ତେବେ କୋଭିଡ୍ କଟକଣାକୁ କୋହଳ କରାଯିବା ଉପରେ ସରକାର ସତର୍କ ଦୃଷ୍ଟି ରଖିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ଅଧିକାଂଶ ରାଜ୍ୟରେ କଟକଣାକୁ ଆଂଶିକ କୋହଳ କରାଯାଇଥିବାବେଳେ ଅଗାମୀ ମାସେ ଦୁଇମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ମଧ୍ୟ କେତେକ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ତୃତୀୟ ଲହରରେ ଶିଶୁ କିମ୍ବା ୧୮ ବର୍ଷରୁ କମ ଯୁବକ/ଯୁବତୀ ପ୍ରଭାବିତ ହେବେ କି ବୋଲି ପ୍ରଶ୍ନ କରାଯିବାରୁ ଦୁଇ ତୃତୀୟାଂଶ ବିଶେଷଜ୍ଞ ଏହାକୁ ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking