30.1 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ ବଢ଼ିଛି ଲିଙ୍ଗ ଅନୁପାତ

ରାଜ୍ୟରେ ବଢ଼ିଛି ଲିଙ୍ଗ ଅନୁପାତ

ଭୁବନେଶ୍ୱର : କୌଣସି ଦେଶରେ ବା ରାଜ୍ୟରେ ପ୍ରତି ୧୦୦୦ ପୁଅଙ୍କ ପିଛା ୯୫୨ ଜଣ ଝିଅ ଜନ୍ମନେଲେ ଏହାକୁ ସାଧାରଣ ଲିଙ୍ଗ ଅନୁପାତ(ଏସ୍‌ଆରବି) ଭାବେ ବିବେଚିତ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲିଙ୍ଗ ଅନୁପାତକୁ ନେଇ ଏହି ମାନକ ଧାର୍ଯ୍ୟ ହୋଇଛି । ଖୁସିର କଥା ଓଡ଼ିଶା ଖୁବଶୀଘ୍ର ଏହି ଲକ୍ଷ୍ୟ ହାସଲ କରିବାକୁ ଯାଉଛି । ଜାତୀୟ ଜନଗଣନା ସଂସ୍ଥା ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟ ଏହା ଦର୍ଶାଇଛି । ଏହି ତଥ୍ୟ ଦର୍ଶାଇଛି ଯେ ବର୍ଷ ୨୦୧୮ ତୁଳନାରେ ୨୦୧୯ରେ ଓଡ଼ିଶାରେ ଏସ୍‌ଆରବି ବଢ଼ିଛି । ୨୦୧୮ରେ ରାଜ୍ୟରେ ପ୍ରତି ହଜାରେ ପୁଅଙ୍କ ପିଛା ୯୨୮ ଜଣ ଝିଅ ଜନ୍ମ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ବୃଦ୍ଧିପାଇ ୯୪୭ ହୋଇଛି । ଅର୍ଥାତ୍ ହଜାରେ ପୁଅଙ୍କ ପିଛା ଆଉ ୫ ଲେଖାଁଏ ଝିଅ ଜନ୍ମନେଲେ ରାଜ୍ୟ ସାଧାରଣ ଏସ୍‌ଆରବି ମାନକ ହାସଲ କରିପାରିବ ।

ଅନ୍ୟପଟେ ସାରା ଦେଶରେ ଏପରି ୮ଟି ରାଜ୍ୟ ରହିଛି ଯାହାଙ୍କର ଏସ୍‌ଆରବି ୯୫୨ରୁ ଉପରେ ରହିଛି । ଏହି ରାଜ୍ୟଗୁଡ଼ିକ ହେଉଛନ୍ତି ଅରୁଣାଚଳ ପ୍ରଦେଶ(୧,୦୨୪), ନାଗାଲାଣ୍ଡ(୧,୦୦୧), ମିଜୋରାମ(୯୭୫), ଆଣ୍ଡାମାନ ଏବଂ ନିକୋବର(୯୬୫), କେରଳ(୯୬୦), ଉତ୍ତରାଖଣ୍ଡ(୯୬୦), ତେଲେଙ୍ଗାନା(୯୫୩) ।  ୨୦୧୯ରେ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ପୁଅଙ୍କ ତୁଳନାରେ ଅଧିକା ଝିଅ ଜନ୍ମ ନେଇଛନ୍ତି । ସେହିଭଳି ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଏହି ତିନୋଟି ରାଜ୍ୟ ସବୁଠୁ ବେଶୀ ପ୍ରଦର୍ଶନ ବଢ଼ାଇଛନ୍ତି ।

ଏମାନଙ୍କର ଏସ୍‌ଆରବି ୨୦୧୮ରେ ଯଥାକ୍ରମେ ୯୧୫, ୯୨୯ ଏବଂ ୮୯୬ ରହିଥିଲା । ତେବେ କିଛି ରାଜ୍ୟରେ ଏସ୍‌ଆରବି ଲଗାତାର ତଳକୁ ଖସୁଥିବାର ଦେଖିବାକୁ ମିଳିଛି । ଏହି ରାଜ୍ୟଗୁଡ଼ିକ ହେଉଛନ୍ତି ହିମାଚଳ ପ୍ରଦେଶ(୯୩୪-୨୦୧୭, ୯୩୦-୨୦୧୮, ୯୧୮-୨୦୧୮), ଛତିଶଗଡ଼(୯୬୮-୨୦୧୭, ୯୩୪-୨୦୧୮, ୯୩୧-୨୦୧୯) ଏବଂ ଆସାମ(୯୨୧-୨୦୧୭, ୯୦୪-୨୦୧୮, ୯୦୩-୨୦୧୯) । ସେହିଭଳି କର୍ଣ୍ଣାଟକ, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀର ଏବଂ ଗୁଜରାଟ ଆଦିରେ ଏସ୍‌ଆରବି ସାମାନ୍ୟ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking