27.1 C
Bhubaneswar
Thursday, April 25, 2024
Homeଓଡିଶାତୁଳସୀକ୍ଷେତ୍ର ରଥଯାତ୍ରା ବନ୍ଦ ଘୋଷଣା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ତୁଳସୀକ୍ଷେତ୍ର ରଥଯାତ୍ରା ବନ୍ଦ ଘୋଷଣା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ରଥଯାତ୍ରାକୁ ନେଇ ଶୁକ୍ରବାର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥର୍ ମାମଲା ଦାଖଲ ହୋଇଛି । ଏଥିରେ ପୁରୀ ସହିତ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ କୋଭିଡ୍ ନିୟମ ସହିତ ବିନାଭକ୍ତରେ ରଥାଯାତ୍ରା କରାଯିବାକୁ ବଳଦେବଜୀଉ ମନ୍ଦିରର ୫ଜଣ ସେବାୟତ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି  ସରକାରଙ୍କ ତରଫରୁ  ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେବାପରେ ଏହାକୁ ନେଇ ଗତ କିଛିଦିନ ହେବ କେନ୍ଦ୍ରାପଡ଼ାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚଳିତବର୍ଷ ତୁଳସୀକ୍ଷେତ୍ରରେ  ରଥଯାତ୍ରା କରିବାକୁ ବଳଦେବଜୀଉ ମନ୍ଦିର ସେବାୟତ, ନିଯୋଗ, ବିଭିନ୍ନ ସାମଜିକ ସଂଗଠନ ସହିତ ସାଧୁସନ୍ଥମାନେ ଦାବିକରି ଆସୁଛନ୍ତି ।

ତେବେ ତୁଳସୀ କ୍ଷେତ୍ରରେ ସରକାରଙ୍କ ରଥାଯାତ୍ରା ବନ୍ଦ ନିଷ୍ପତ୍ତି ବିରୋଧରେ  ଏକ ଜନସ୍ୱାର୍ଥ ମାମଲା ଡବ୍ଲୁ ୍ୟପିସି ନମ୍ବର-୧୭୯୬୪/୨୦୨୧ ଓଡ଼ିଶା ହାଇକୋର୍ଟରେ ଦାଏର ହୋଇଥିବା ଜଣାପଡ଼ିଛି । ବଳଦେବଜୀଉ ମନ୍ଦିରର ପୂଜାପଣ୍ଡା ନିଯୋଗର ମଦନ ପତ୍ରୀଙ୍କ ସହିତ ରବୀନ୍ଦ୍ର ପତ୍ରୀ, ଗୋପବନ୍ଧୁ ପତ୍ରୀ, ବିଜୟ କୁମାର ପତ୍ରୀ ଓ ପ୍ରଫୁଲ୍ଲ ପତ୍ରୀ ପ୍ରମୁଖ ୧୫ପୃଷ୍ଠା ସମ୍ବଳିତ ଏହି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଏଥିରେ ଆଇନ ବିଭାଗ ସଚିବ, ଏଣ୍ଡାମେଣ୍ଟ କମିଶନର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ପୁରୀ ପରି ସମାନ ବ୍ୟବସ୍ଥା ଓ କୋଭିଡ୍ କଟକଣା ମଧ୍ୟରେ  କେନ୍ଦ୍ରାପଡ଼ାରେ ମଧ୍ୟ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ରଥଯାତ୍ରା କରାଯିବା ପାଇଁ  ଏହି ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ମାମଲାକୁ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର  ପ୍ରଫୁଲ୍ଲଚନ୍ଦ୍ର ବିଶ୍ୱାଳ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking