29.1 C
Bhubaneswar
Saturday, April 27, 2024
Homeକରୋନାଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କ ଖାତାକୁ ୫ ହଜାର

ଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କ ଖାତାକୁ ୫ ହଜାର

ନୂଆଦିଲ୍ଲୀ: କରୋନାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଯେଉଁଥିରେ ସେ କରୋନା ରୋଗୀ ଓ ଆକ୍ରାନ୍ତଙ୍କ ବିଷୟରେ କହିବା ସହ ପବ୍ଲିକ ସେବା କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏକ ବଡ ଘୋଷଣା କରିଛନ୍ତି । ଅଟୋ, ଟ୍ୟାକ୍ସି ଚଲାଉଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଦିଲ୍ଲୀ ସରକାର ୫ ହଜାର ଲେଖାଏଁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହାଛଡା ସେ କହିଛନ୍ତି, ନିଜାମୁଦ୍ଦିନରେ ଅବସ୍ଥିତ ତବଲିଗି ମାର୍କାଜରୁ ଦୁଇ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର କରୋନା ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପି ନାହିଁ। ଟାବଲିଗି ମାର୍କାଜରୁ ୫୩ ଜଣଙ୍କୁ କୋରୋନାରେ ପୀଡିତ ଥିବା ଜଣାପଡିଛି। ଏହା ବ୍ୟତୀତ ସେଠାରୁ ସ୍ଥାନାନ୍ତରିତ ୪୮୩ ସନ୍ଦିଗ୍ଧ ରୋଗୀଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ, ୧୮୧୦ ଜଣଙ୍କୁ ସାତୋଟି କ୍ୟାଣ୍ଟିନ କେନ୍ଦ୍ରରେ ରଖାଯାଇଛି ଜ୍ଝ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୋଟ ୨୩୪୬ ଜଣଙ୍କୁ ମାର୍କାଜରୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରୁ ୫୩୬ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking