29.1 C
Bhubaneswar
Saturday, April 27, 2024
Homeଓଡିଶାପନିପରିବା ବିକି ଗୁଜରାଣ ମେଂଟାଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା

ପନିପରିବା ବିକି ଗୁଜରାଣ ମେଂଟାଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା

ବରଗଡ : ଲକଡାଉନ ଯୋଗୁଁ ସମଗ୍ର ଦେଶରେ ଅତ୍ୟାବଶକୀୟ ସାମଗ୍ରୀକୁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଛୋଟ ବେପାରୀ ତଥା ଗରିବ ଖଟିଖିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଜନସାଧାରଣ ପରିବାର ପ୍ରତିପୋଷଣ ନେଇ ଚିନ୍ତିତ ହୋଇପଡିଛନ୍ତି । ଏପରି ସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଲକଡାଉନ ସମୟରେ କେମିତି ଦୁଇ ପଇସା ରୋଜଗାର କରିବେ ସେ ନେଇ ପନିପରିବା ବିକ୍ରୀ କରିବାକୁ ଆଗେଇ ଆସିଛନ୍ତି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ସହରରେ ।
ସୂଚନା ଅନୁଯାୟୀ, ଜିଲ୍ଳା ପ୍ରଶାସନ ତରଫରୁ ସକାଳ ୬ ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ପନିପରିବା ବିକ୍ରୀ କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ସହରର ବିଭିନ୍ନ ଛକରେ ଏସଏଚଜି ତରଫରୁ ପନିପରିବା ବିକ୍ରୀ କରାଯାଉଥିବା ଦେଖିବାକୁ ମିଳିଛି । ବରଗଡ଼ ସହରର ଗାନ୍ଧୀ ଛକ, ଘରୋଇ ବସଷ୍ଟାଣ୍ଡ, ଗଣପତି ହୋଟେଲ ନିକଟ ପରି ବିଭିନ୍ନ ଛକରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପନିପରିବା ବିକ୍ରୀ କରାଯାଉଛି । ବରଗଡ଼ ସହରରେ ମାଁ ସମଲେଇ, ତେଜସ୍ୱନୀ , କଲ୍ୟାଣୀ ପରି ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ବିଭିନ୍ନ ଛକରେ ପନିପରିବା ବିକ୍ରୀ କରାଯାଉଛି । ବର୍ତମାନ ଲକଡାଉନ ସମୟରେ ପନିପରିବା ବିକ୍ରୀରେ ବିଶେଷ ଭାବରେ ଲାଭ କରାଯାଉ ନାହିଁ । ଏଥିରୁ ହେଉଥିବା ସ୍ୱଳ୍ପ ଆୟରେ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍‌ଟାଉଥିବା ତେଜସ୍ୱିନୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ ଉପାସୀ ସିକା ଏବଂ ସଂପାଦିକା ସତ୍ୟଭାମା ସିକା କହିଛନ୍ତି । ତେବେ ଏପରି ସମୟରେ କାହାରି ଆଗରେ ହାତ ପତେଇବା ବଦଳରେ ନିଜେ ପନିପରିବା ବିକ୍ରୀ କରି ପରିବାର ପ୍ରତିପୋଷଣ କରିବାକୁ ନେଇ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking