27.1 C
Bhubaneswar
Friday, March 29, 2024
Homeଓଡିଶାଯାଯାବରଙ୍କୁ ଥଇଥାନ : ଅସହାୟଙ୍କୁ ସହାୟତା

ଯାଯାବରଙ୍କୁ ଥଇଥାନ : ଅସହାୟଙ୍କୁ ସହାୟତା

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ବିଭିନ୍ନ ଗ୍ରାମରେ ତମ୍ବୁଗାଡ଼ି କରି ରହୁଥିବା ଯାଯାବରଙ୍କୁ ଥଇଥାନ କରିଛି ଗୋଲାମୁଣ୍ଡା ବ୍ଲକ୍ ପ୍ରଶାସନ । ଏମାନଙ୍କ ପାଇଁ ସ୍ଥାନୀୟ ସ୍କୁଲରେ ରହିବାର ବ୍ୟବସ୍ଥା କରିବା ସହିତ ତାଙ୍କ ଖାଇବା ବ୍ୟବସ୍ଥା ମଧ୍ୟ କରିଛି । କରୋନା ପାଇଁ ସାରା ଦେଶ ଲକଡାଉନ୍ । ଏଭଳି ପରିସ୍ଥିତିରେ ଗରିବରୁ ଧନୀ ଶ୍ରେଣୀର ଲୋକଙ୍କ କାମଧନ୍ଦା ବନ୍ଦ ହୋଇପଡ଼ିଛି । ତେବେ ବିଭିନ୍ନ ଗ୍ରାମ ବୁଲିବୁଲି ଫେରି କାମ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଯାଯାବରଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି । ଏନେଇ ପ୍ରଶାସନ ଗୋଲାମୁଣ୍ଡା ବ୍ଲକର ଖଲିଆପାଲି, ଜାମଝରନ, ଫରଙ୍ଗ ଠାରେ ଥିବା ଯାଯାବରଙ୍କ ଅବସ୍ଥା ଦୟନୀୟ ଅବସ୍ଥାରେ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଉକ୍ତ ଯାଯାବର ପରିବାରଙ୍କ ପାଖକୁ ଯାଇ ତାଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ସେମାନଙ୍କୁ ସ୍ଥାନୀୟ ସ୍କୁଲରେ ଲକଡାଉନ୍ ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା କରିଥିବା ବେଳେ ଜାମଝରନ ଓ ଫରଙ୍ଗର ଯାଯାବରଙ୍କୁ ଚାଉଳ, ଡାଲି ଓ ପନିପରିବା ଦେଇଥିବା ବେଳେ ଖଲିଆପାଲି ଯାଯାବରଙ୍କୁ ସ୍ଥାନୀୟ ଖଲିଆପାଲି ଗ୍ରାମପଞ୍ଚାୟତ କ୍ୟାମ୍ପରେ ଖାଇବା ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଉକ୍ତ ଯାଯାବରଙ୍କ କିଛି ଅସୁବିଧା ହେଲେ ବ୍ଲକ୍ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ ବୋଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ଉକ୍ତ ସହାୟତା ପ୍ରଦାନ ସମୟରେ ଗ୍ରାମ ପଞ୍ଚାୟତର ପିଇଓ ତ୍ରିଲୋଚନ ନାଏକ, ରମାକାନ୍ତ ମହାପାତ୍ର, ତ୍ରିଭୂବନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକରେ କେହି ଅସୁବିଧାରେ ଥିଲେ ବ୍ଲକ୍ ପ୍ରଶାସନକୁ ଖବର ଦେଲେ ତାଙ୍କୁ ଯଥାଶୀଘ୍ର ସାହାଯ୍ୟ କରାଯିବ ବୋଲି ବିଡିଓ ଶ୍ରୀମତି ପ୍ରଧାନ କହିଛନ୍ତି ।
ସେହିପରି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସିନାପାଲି ଗ୍ରାମପଞ୍ଚାୟତ ମହେନ୍ଦ୍ରପୁର ଓ ଲାଞ୍ଜି ଗ୍ରାମର ୪୦-୫୦ ପରିବାର କୌଣସି କାମଧନ୍ଦା ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିରେ ବହୁ ବିକଳାଙ୍ଗ ଓ ବୁଦ୍ଧବୃଦ୍ଧା ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଦୁର୍ଦ୍ଦିନ ସମୟରେ ଜୁନାଗଡ଼ ନିର୍ବାଚନମଣ୍ଡଳୀ ସାଧାରଣ ସମ୍ପାଦକ ନଉକେଶ୍ୱର ପୁଟେଲଙ୍କ ନେତୃତ୍ୱରେ ବହୁ ସମାଜସେବୀ ୪୦ରୁ ୫୦ ନିରାସୟ ପରିବାରଙ୍କ ଘରକୁ ଯାଇ ଚାଉଳ, ଡାଲି, ଆଳୁ ସହିତ ବିଭିନ୍ନ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହାସହ ଛୋଟଛୋଟ ଛୁଆଙ୍କୁ ବିସ୍କୁଟ, ମିକ୍ସଚର ବଣ୍ଟନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking