32.1 C
Bhubaneswar
Friday, April 26, 2024
Homeଓଡିଶାଦ୍ରୈାପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ-ନରସିଂହ

ଦ୍ରୈାପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ-ନରସିଂହ

ଭୁବନେଶ୍ୱର : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି କଂଗ୍ରେସ । ସମର୍ଥନ ନ ଦେବା ନେଇ ସ୍ପଷ୍ଟ କଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଦ୍ରୈାପଦୀ ମୁର୍ମୁ ଜଣେ ଭଲ ମଣିଷ, ଜଣେ ଭଲ ବିଧାୟିକା । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ ଆମର ସମ୍ପର୍କ ମଧ୍ୟ ଭଲ । କିନ୍ତୁ ସେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନି ବୋଲି କହିଲେ ନରସିଂହ । ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ କଥା ନୁହେଁ । ସମର୍ଥନ ପାଇଁ ସବୁ ବିଧାୟକଙ୍କୁ ବିଜେଡିର ଆମନ୍ତ୍ରଣକୁ ନରସିଂହଙ୍କ କଟାକ୍ଷ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କର ଓଡିଆ ପ୍ରୀତି ଅଛି ବୋଲି କହୁଛନ୍ତି , ତା ହେଲେ ଜଣେ ଅଣ ଓଡିଆଙ୍କୁ ରାଜ୍ୟ ସଭା ପଠାଇଲେ କାହିଁକି । ରାଜ୍ୟରେ କଣ ଓଡିଆ ପ୍ରାର୍ଥୀ ନ ଥିଲେ କି – ଏ ନେଇ ପ୍ରଶ୍ନ କରିଛନ୍ତି ନରସିଂହ ।
ସେପଟେ ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୈାପଦୀ ମୁର୍ମୁ । ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୈାପଦୀଙ୍କ ର ଲଢେଇ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking