34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଅମ୍ବର ହର୍ଡ ବିଶ୍ୱର ସବୁଠୁ ସୁନ୍ଦରୀ

ଅମ୍ବର ହର୍ଡ ବିଶ୍ୱର ସବୁଠୁ ସୁନ୍ଦରୀ

ନୂଆଦିଲ୍ଲୀ : ଲୋକପ୍ରିୟ ହଲିଉଡ ଅଭିନେତ୍ରୀ ଅମ୍ବର ହର୍ଡ ବେସ କିଛି ଦିନ ପୂର୍ବରୁ ସ୍ୱାମୀ ତଥା ହଲିଉଡ ଷ୍ଟାର ଜନି ଡେପ୍ ତାଙ୍କ ଉପରେ କରିଥିବା ମାନହାନି ମକଦ୍ଦମାକୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ଏବେ ତାଙ୍କ ସୈାନ୍ଦର୍ଯ୍ୟଙ୍କୁ ନେଇ ଏକ ନୂଆ ଖୁଲାସା ହୋଇଛି । ଜଣେ ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି , ବିଶ୍ୱର ସବୁଠି ସୁନ୍ଦର ଚେହେରା ଅମ୍ବର ହର୍ଡ ଙ୍କର । ସେ ହେଉଛନ୍ତି ଲଣ୍ଡନର ସେଣ୍ଟର ଫର ଆଡଭାନସଡ୍ ଫେସିଆଲ କସମେଟିକ ଆଣ୍ଡ ପ୍ଲାଷ୍ଟିକ ସର୍ଜରିର ଡାକ୍ତର ଜୁଲିଆନ୍ ଡି ସିଲଭା । ବିଶ୍ୱରେ କାହାର ଚେହେରା ସବୁଠୁ ସୁନ୍ଦର, ଜାଣିବାକୁ ସେ ଫେସ ମ୍ୟାପିଙ୍ଗ ଟେକନୋଲୋଜି ପ୍ରୟୋଗ କରିଥିଲେ । ଡି ସଲଭା ୨୦୧୬ ମସିହାରେ ଏ ନେଇ ଗବେଷଣା କରିଥିଲେ । ସୈାନ୍ଦର୍ଯ୍ୟର ଗ୍ରୀକ ଗୋଲଡେନ ଅନୁପାତ ୧.୬୧୮ର ସେ ପ୍ରୟୋଗ କରିଥିଲେ । ହୋ ‘ଫି’ ନାମରେ ମଧ୍ୟ ପରିଚିତ । ମୁହଁର ବୈଶିଷ୍ଟ୍ୟର ସଠିକ ଅନୁପାତ କଣ, ‘ଫ’ି ତାହା ନିର୍ଣ୍ଣୟ କରେ ।
ଏହି ଥିଓରି ଅନୁସାରେ ଅମ୍ବର ହର୍ଡ ୯୧.୮୫ ପ୍ରତିଶତ ଅଙ୍କ ହାସଲ କରିଥିଲେ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ କୁ ଡା.ଡି ସିଲଭା କହିଛନ୍ତି, ଏହି ଅନୁପାତ ପ୍ରକୃତିରେ ପ୍ରତ୍ୟେକ ସ୍ଥାନରେ ରହିଛି ବୋଲି ଗ୍ରୀକ ବାସିନ୍ଦା ଆବିଷ୍କାର କରିଥିଲେ । ହଜାର ହଜାର ବର୍ଷ ଧରି ବିଶ୍ୱର ସବୁଠୁ ସୁନ୍ଦର ମୁହଁର ଗୁପ୍ତ ସୂତ୍ର ଧାରଣ କରିଥିବା ବିଶ୍ୱାସ ରହିଛି । ୧.୬୧୮ର ଏହି ଫି ଅନୁପାତ ସୈାନ୍ଦର୍ଯ୍ୟର ଗୁପ୍ତ ସୂତ୍ର ଧାରଣ କରିଛି । କିନ୍ତୁ ବାସ୍ତବ ମହିଳାଙ୍କ ଉପରେ ଏହାକୁ କିପରି ପ୍ରୟୋଗ କରାଯାଏ , କମ୍ପ୍ୟୁଟର ମ୍ୟାପିଙ୍ଗ ଟେକ୍ନୋଲୋଜି ଜରିଆରେ ଏବେ ଆମେ ଗଣନା କରି ପାରିବା । ଏହି ଟେକନୋଲୋଜି ପ୍ରୟୋଗ କରି କିମ୍ କାର୍ଦାଶିଆନଙ୍କର ଶ୍ରେଷ୍ଟ ଭ୍ରୂଲତା, ସ୍କାରଲେଟ ଜୋହାନସନଙ୍କର ଶ୍ରେଷ୍ଠ ଆଖି ଏବଂ ଏମିଲି ରତଜକାଓସ୍କିଙ୍କ ଓଠ ବେଂ କେଟ୍ ମୋସଙ୍କର ବିଶ୍ୱର ସବୁଠୁ ସୁନ୍ଦର ମଥା ଥିଲା ବୋଲି ମଧ୍ୟ ଡି ସିଲଭା ଆବିଷ୍କାର କରିଥିଲେ । ସେ ଅମ୍ବର ହର୍ଡ ଙ୍କ ମୁହଁରେ ୧୨ ବିନ୍ଦୁକୁ ବିଶ୍ଲେଷଣ କରିଥିଲେ । ଏଥିପାଇଁ ସେ ଅମ୍ବରଙ୍କ ୨୦୧୬ ମସିହାର ରେଡ କାର୍ପେଟ ଫଟୋ ବ୍ୟବହାର କରିଥିଲେ । ଅମ୍ବରଙ୍କର ଆଖି, ନାକ, ଓଠ, ଥୋଡି ପୂରା ମୁଣ୍ଡ ମାପି ସେ ପାଖା ପାଖି ୯୨ ଅଙ୍କ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking