28.1 C
Bhubaneswar
Saturday, April 27, 2024
Homeଓଡିଶାବୋରିଗୁମା ବିଡ଼ିଓଙ୍କ ବିରୋଧରେ ମନୋରେଗା କାମରେ ବ୍ୟାପକ ଅର୍ଥ ହେରଫେର; ମୌଖିକ ଅଭିଯୋଗ ଆଣିଲା ବୋରିଗୁମା...

ବୋରିଗୁମା ବିଡ଼ିଓଙ୍କ ବିରୋଧରେ ମନୋରେଗା କାମରେ ବ୍ୟାପକ ଅର୍ଥ ହେରଫେର; ମୌଖିକ ଅଭିଯୋଗ ଆଣିଲା ବୋରିଗୁମା ବିଜେପି

କୋରାପୁଟ : ବିଜେପି କର୍ମୀ ସାବନମହାନ୍ତିଙ୍କ ନେତୃତ୍ୱରେ ବୋରିଗୁମା ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ମନୋରେଗା ଯୋଜନାରେ ଗରିବ ଖଟିଖିଆ ଆଦିବାସୀ ମାନଙ୍କ ପାଇଁ ଆସୁଥିବା ମଜୁରୀ ଅର୍ଥକୁ ବୋରୀଗୁମା ବିଡ଼ିଓ ବ୍ୟାପକ ହେରଫେର କରିଥିବା ମୌଖିକ ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟ ପରିସରରେ ସକାଳ ୧୧ ଘଣ୍ଟିକା ରୁ ଅପରାହ୍ନ ୨ଘଣ୍ଟିକା ପର୍ଯ୍ୟନ୍ତ ସରକାର ବିରୋଧି ନାରା ଦେଇ ଧାରଣାରେ ବସିଥିଲେ କର୍ମୀମାନେ। ମନୋରେଗା ଯୋଜନାରେ ଆସୁଥିବା ଜମି ଅଧିଗ୍ରହଣ, ମେଗା ପ୍ରକଳ୍ପ, ବିଶେଷ କରି ବୋରିଗୁମା ର ୩୧ ଟି ପଞ୍ଚାୟତ ବିଦ୍ୟାଳୟରେ ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟରେ ବିଡ଼ିଓ ନିଜେ ଠିକାଦାର ସାଜି ବ୍ୟାପକ ଅର୍ଥ ହେରଫେର କରିଥବା ଅଭିଯୋଗ କରିଛି ବିଜେପି । ତତ ସଙ୍ଗେ ସଙ୍ଗେ ବିଜେପି କହିଛି ଆମ ପାଖରେ ଏହାର ପ୍ରମାଣ ଅଛି । ଆମେ ଭିଜିଲାନ୍ସ ଏବଂ ଗଣମାଧ୍ୟମକୁ ମଧ୍ୟ ଦେବୁ। ତେଣୁ ଆମେ ଦାବି କରୁଛୁ ଏହାର ଭିଜିଲାନ୍ସ ତଦନ୍ତ କରାଯାଉ ଏବଂ ତୁରନ୍ତ ବିଡ଼ିଓଙ୍କୁ ବଦଳି କରାଯାଉ। ନଚେତ ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି, ସେପର୍ଯ୍ୟନ୍ତ ଆମେ ଧାରଣା ଜାରି ରଖିବୁ । ଦରକାର ପଡ଼ିଲେ ଆମରଣ ଅନଶନରେ ବସିବାକୁ ବାଧ୍ୟ ହେବୁ ଵୋଲୀ ଚେତାବନୀ ଦେଇଥିଲେ। ଅନ୍ୟପଟେ ବୋରିଗୁମା ବିଡ଼ିଓ କହିଛନ୍ତି – ମୋ ନାମରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆଶୀନାହିଁ। ଏବେ ଦେଖିବାର କଥା ଆଗକୁ କଣ ହେବ ବୋଲି ସୂଚନା ଦେଇଛନ୍ତି ବୋରିଗୁମା ଗୋଷ୍ଟି ଉନ୍ନୟନ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking