28.1 C
Bhubaneswar
Saturday, April 27, 2024
Homeଓଡିଶାଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ତାଙ୍କର ସମ୍ପତ୍ତି ପୋଡି ପାଉଁଶ

ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ତାଙ୍କର ସମ୍ପତ୍ତି ପୋଡି ପାଉଁଶ

ବାରିପଦା: ବାରିପଦା ସହର ଦାରଗାଡାହି ଗୋଲେଇରେ ଥିବା ବାରିପଦା ଷ୍ଟିଲ୍ ସିଣ୍ଡିକେଟ୍ ଲିମିଟେଡ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଆଜି ଗୋଦାମର କର୍ମଚାରୀ ଗୋଦାମ ଖୋଲିବାକୁ ଆସିବା ବେଳକୁ ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ମାଲିକଙ୍କୁ ଏ ବାବଦରେ ଖବର ଦେଇଥିଲେ। ପରେ ମାଲିକ ବାରିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ବୋଲି ଗୋଦାମ ମାଲିକ କହିଛନ୍ତି। ଅଗ୍ନିକାଣ୍ଡରେ କମ୍ପାନୀର ଲକ୍ଷାଧିକ ଟଙ୍କାର ପଲିଥିନ ସହ ଗୋଦାମରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଛି ତା ସହିତ ଅନେକ ଦରକାରୀ କାଗଜପତ୍ର ପୋଡି ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking