22.1 C
Bhubaneswar
Sunday, January 23, 2022
Homeଓଡିଶାପ୍ରବଳ ବର୍ଷା ନେଇ ୧୩ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି , ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ପ୍ରବଳ ବର୍ଷା ନେଇ ୧୩ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି , ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଏହାସହ ଆଜି ୧୩ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ଜିଲ୍ଲାଗୁଡ଼ିକ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢ଼େଙ୍କାନାଳ ଓ ମୟୁରଭଞ୍ଜ । ୧୧ଜିଲ୍ଳାକୁ ଅରେଞ୍ଜ ଓ ଅନ୍ୟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ପରିପ୍ରେକ୍ଷୀରେ ଲଘୁଚାପ ପରେ ଲଘୁଚାପ ମଧ୍ୟ ସୃଷ୍ଟି ହେଉଛି । ଫଳରେ ଅନେକ ନଦୀ ଫୁଲିବା ସହ ଗାଁ ରେ ପାଣି ପଶି ଲୋକଙ୍କ ଦୁର୍ଦଶା ମଧ୍ୟ ବଢିଚାଲିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସେଥିପାଇଁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି  । ଗୋଟିଏ ପଟେ ମହାମାରୀ କରୋନା ର ତାଣ୍ଡବ ଆଉ ଗୋଟିଏ ପଟେ ବାତ୍ୟା ଆଉ ବର୍ଷା ଲୋକଙ୍କ ଜୀବନ ଙ୍କୁ ଅସହ୍ୟ କରିସାରିଲାଣି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking