26.1 C
Bhubaneswar
Wednesday, May 8, 2024
Homeଓଡିଶାଭୁବନେଶ୍ୱରପ୍ରଗତିଶୀଳ ବଜେଟ-ମୁଖ୍ୟମନ୍ତ୍ରୀ

ପ୍ରଗତିଶୀଳ ବଜେଟ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଜେଟ ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବ କହିଲେ ମୁଖ୍ୟମନ୍ତ୍ରୀ । ପ୍ରଗତିଶୀଳ , ଗରିବଙ୍କ ପାଇଁ ବିକାଶ ୍‌ଭିମୁଖି ବଜେଟ । ବଜେଟରେ ଉତ୍ତମ ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ମହିଳାସଶକ୍ତିକରଣକୁ ଗୁରୁତ୍ୱ । ମିଶନ ଶକ୍ତି ପାଇଁ ୨ ହଜାର କୋଟିର ସ୍ୱତନ୍ତ୍ର ବଜେଟ । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା ରୋଜଗାର ପାଇବେ । ବଜେଟ ଲୋକଙ୍କ ଆଶାକୁ ପୂରଣ କରିବା ନେଇ ଆଶାବାଦୀ ।ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ଓ ଗରିବ ଅନୁକୂଳ ବଜେଟ୍ ସରକାର ଆଣିଛନ୍ତି । ରାଜ୍ୟ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୫ ଟି ଓ ମୋ ସରକାର ଆଧାରରେ ବଜେଟ ପ୍ରସ୍ତୁତ ହୋଇଛି । ଏ ବଜେଟ୍ ରାଜ୍ୟବାସୀଙ୍କ ଆଶା ଆକାଂଖ୍ୟାକୁ ନିଶ୍ଚୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking