30.1 C
Bhubaneswar
Friday, April 26, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଓଡେଶାରେ ଋଷିଆର ମିଶାଇଲ ଆଟାକ, ୧୮ ମୃତ

ଓଡେଶାରେ ଋଷିଆର ମିଶାଇଲ ଆଟାକ, ୧୮ ମୃତ

କିଭ୍‌: ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ସରିବ ୟୁକ୍ରେନ-ଋଷିଆ ଯୁଦ୍ଧ । ମାସ ମାସ ଧରି ଜାରି ରହିଥିବା ଏହି ବିଧ୍ୱଂସରେ କେବେ ବିରାମ ଲାଗିବ? ଫେବୃୟାରୀ ୨୪ରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଋଷିଆ ୟୁକ୍ରେନର ଉପକୂଳ ସହର ଓଡେଶା ନିକଟବର୍ତ୍ତୀ ଏକ ଆବାସିକ ଅଞ୍ଚଳ ଉପରେ ମିସାଇଲ ମାଡ଼ କରିଛି । ଏଥିରେ ଅତିକମରେ ଦୁଇ ଜଣ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି । ସରକାରୀ ସ୍ତରରେ ଏନେଇ ସୂଚନା ଦିଆଯାଇଛି । ଓଡେଶା ସହର ଠାରୁ ୫୦ କିଲୋମିଟର ଦୂର ଏକ ଛୋଟ ସହର ସେରହିଭ୍‌କାରେ ଋଷିଆ ଏହି ଆକ୍ରମଣ କରିଛି ।

ୟୁକ୍ରେନ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଏକ ବହୁତଳ ଆପାର୍ଟମେଣ୍ଟ ଏବଂ ରିସର୍ଟ ଅଞ୍ଚଳରେ ମିସାଇଲ ମାଡ ହୋଇଛି । ରାଷ୍ଟ୍ରପତି ଜେଲେନସ୍କିଙ୍କ ଜଣେ ଅଧିକାରୀ କହିଛନ୍ତି, ”ଗୋଟିଏ ଆତଙ୍କୀ ରାଷ୍ଟ୍ର ଆମ ଲୋକମାନଙ୍କୁ ହତ୍ୟା କରୁଛି । ଯୁଦ୍ଧ ମୈଦାନରେ ପରାଜିତ ହେବାରୁ ଋଷିଆ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ।” ତେବେ ଦୀର୍ଘ ମାସ ହେଲା ଜାରି ରହିଥିବା ଯୁଦ୍ଧରେ ୟୁକ୍ରେନ ଏକ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ହଜାର ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି । ଲକ୍ଷ ଲକ୍ଷ ଲୋକେ ପଡୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସାଜିଛନ୍ତି । ଆଜିର ଆଟାକ ପୂର୍ବରୁ ଜୁନ ୨୭ ତାରିଖରେ ଋଷିଆ କ୍ରେମେନଚୁକ ସ୍ଥିତ ଏକ ସପିଂ ମଲରେ ମିସାଇଲ ମାଡ କରିଥିଲା । ଏଥିରେ ଅତିକମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୨ ଜଣ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking