29.1 C
Bhubaneswar
Tuesday, May 7, 2024
Homeଓଡିଶାପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବଡ଼ମାଳ ଗ୍ରାମର ପୁଲିସ ଫାଣ୍ଡି ନିକଟ ପୋଖରୀକୁ ଶନିବାର ଅପରାହ୍ନ ପ୍ରାୟ ୨ଟା ବେଳେ ଗାଧୋଇବାକୁ ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ରେଢାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବଡ଼ମାଳ (ରେଙ୍ଗାଲି) ଗ୍ରାମର ଗଙ୍ଗା ଧର ମିର୍ଦ୍ଧା(୪୭) । ମୃତ ଗଙ୍ଗା ଧର ସବୁଦିନ ପରି ଗାଁ ପୋଖରୀକୁ ଶନିବାର ଅପରାହ୍ନ ୨ଟା ବେଳେ ଗାଧୋଇବାକୁ ଯାଇ ଥିଲେ । ହେଲେ ଗାଧୋଇବା ବେଳେ ସେ ଗଭୀର ପାଣିକୁ ପଶି ଯାଇ ଆଉ ବାହାରି ପାରି ନ ଥିଲେ । ଗାଁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking