32.1 C
Bhubaneswar
Friday, April 26, 2024
Homeଓଡିଶାସହରାଞ୍ଚଳର ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

ସହରାଞ୍ଚଳର ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

ଭୁବନେଶ୍ୱର: ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ନୂଆ ଘୋଷଣା । ସହରାଞ୍ଚଳରେ ଥିବା ଗରିବଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଯାହାଫଳରେ ୧୧୪ଟି ପୌରାଞ୍ଚଳର ପ୍ରାୟ ୪ ଲକ୍ଷ ୫୨୦ ହଜାର ପରିବାର ଏହାଦ୍ୱାରା ଉପକୃତ ହୋଇପାରିବେ । ଅର୍ବାନ ୱେଜ୍ ଏମପ୍ଲୋଏମେଣ୍ଟ ଇନିସିଏଟିଭ କାର‌୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଛି । ହିତାଧିକାରୀଙ୍କ ମଜୁରୀ ପ୍ରତି ସପ୍ତାହରେ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ଯିବ । ଏହି କାର‌୍ୟ୍ୟକ୍ରମ ଚଳିତ ଏପ୍ରିଲ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ଯାଏଁ ଚାଲିବ । ୧୧୪ ଟି ପୌରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଏଥିରେ ଉପକୃତ ହେବେ । ମିଶନ ଶକ୍ତିର ସହାୟତା ଓ ସହଭାଗିତା ରେ ଏହି କାର‌୍ୟ୍ୟକ୍ରମ ଚାଲିବ । ଏହି କାର‌୍ୟ୍ୟକ୍ରମ ରେ କୋଭିଡ୍ ଗାଇଡଲାଇନ ର ଅନୁପାଳନ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking