36.7 C
Bhubaneswar
Tuesday, April 16, 2024
Homeକରୋନା୨୩ ରାଜ୍ୟର ୪୭ ଜିଲ୍ଲାରେ ନାହିଁ କରୋନା

୨୩ ରାଜ୍ୟର ୪୭ ଜିଲ୍ଲାରେ ନାହିଁ କରୋନା

ନୂଆଦିଲ୍ଲୀ: ସମଗ୍ର ଦେଶରେ ତାଣ୍ଡବ ରଚିଥିବା କରୋନା ଭାଇରସ ଦଶରେ ଲକ ଡାଉନ କରିବା କାରଣରୁ ଦେଶର ଅନେକ ରାଜ୍ୟରେ ଏହାର ସଂକ୍ରମଣକୁ ରୋକିବାରେ ସଫଳ ହୋଇପାରିଛନ୍ତି । ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହାର କଡା ପାଳନ ପାଇଁ କରୋନା ପ୍ରାୟ ୨୩ ରାଜ୍ୟର ୪୭ ଜିଲ୍ଲାରେ ଗତ ୧୪ ଦିନ ଧରି କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପୁଡୁଚେରୀ ଓ କର୍ଣ୍ଣାଟକର କୋଡଗୁ ଜିଲ୍ଲାରେ ୨୮ ଦିନ ଧରି କିଛି ନୂଆ କରୋନା କେସ ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ୍ ଅଗ୍ରଓାଲ କହିଛନ୍ତି । ତେବେ ୩ ରାଜ୍ୟର ୩ ଜିଲ୍ଲାରେ ମଧ୍ୟ ଏମିତି ଅଛନ୍ତି, ୧୪ ଦିନ ପରେ କୌଣସି କରୋନା ଚିହ୍ନଟ ନ ହେବା ପରେ ବି ପୁଣି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବିହାର ରାଜଧାନୀ ପାଟଣା, ପଶ୍ଚିମବଙ୍ଗର ନାଦିଆ ଓ ହରିୟାଣାର ପାନିପଥରେ ୧୪ ଦିନରେ ଶୂନ କେସ ରହିଥିବା ବେଳେ ପୁଣି କରୋନା ପଜେଟିଭ ମିଳିଛନ୍ତି । ଅନ୍ୟପଟେ ଗତ ୧୪ ଦିନ ମଧ୍ୟରେ ଓଡିଶାର ଭଦ୍ରକ ଓ ପୁରୀ ଜିଲ୍ଲାରେ କୌଣସି କରୋନା ପଜେଟିଭ ବାହାରି ନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking