ବିବାହ କରିବାକୁ ମନା କରିବାରୁ…

ନୂଆଦିଲ୍ଲୀ: ଜଣେ ଯୁବତୀ ବିବାହ କରିବାକୁ ମନା କରିଦେବାରୁ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ଏହି ଘଟଣାରେ ପୋଲିସ ଆରୋପୀକୁ ଗିରଫ କରି ଶବ ଜବତ କରିଛି । ଅଭିଯୁକ୍ତକୁ ଗରିଫ କରିବା ପରେ ତାକୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଥିଲା, ଯେ ସେମାନେ ଦୁହେଁ ଦୁହିଁଙ୍କୁ ଭଲପାଉଥିଲେ । ତେବେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ କହିବାକୁ କହିଥିଲା । ମାତ୍ର ଯୁବତୀ ଜଣକ ମନା କରିଦେଇଥିଲେ । ଯାହା ପରେ ଏହି ବର୍ବର କାଣ୍ଡ ଘଟିଥିଲା । ସୂଚନା ଅନୁଯାୟୀ ଯୁବତୀ ଜଣକ ଦଶମ ଶ୍ରେଣୀରେ ପଢନ୍ତି । ତାଙ୍କୁ ରବିବାର ଦିନ ହତ୍ୟା କରାଯାଇଥିବା ବେଳେ ସୋମବାର ବାଗ୍ ନାମକ ଏକ କମ୍ପାନୀ ନିକଟରୁ ତାଙ୍କ ଶବ ଉଦ୍ଧାର ହୋଇଥିଲା । ଶବ ପାଖରୁ ଛୁରୀ ମଧ୍ୟ ଜବତ କରିଛି । ଯେଉଁଥିରେ ତାଙ୍କ ତଣ୍ଟି କଟାଯାଇଥିବା ପୋଲିସ ଅନୁମାନ କରୁଛି । ତେବେ ଉକ୍ତ ଦୁଇ ଯୁବକ ଯୁବତୀଙ୍କ ପରିବାର ପୂର୍ବରୁ ସଂପର୍କୀୟ ବୋଲି ପୋଲିସ କହିଛି । ସେ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲା । ସେଥିପାଇଁ ରବିବାର ଦିନ ସେ ତାଙ୍କୁ ବାଗ୍ ନାମକ କମ୍ପାନୀ ନିକଟକୁ ଡାକି ଘରୁ ଲୁଚିକି ପଳାଇବା ବାଧ୍ୟ କରିଥିଲା । ମାତ୍ର ସେ ରାଜି ହୋଇନଥିଲେ । ଏହାପରେ ସେ ଉତ୍ୟକ୍ତ ହୋଇ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ନିକଟରେ ଥିବା ନାଳରେ ଫିଙ୍ଗି ଦେଇଥିଲା ।