28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗଜୟନ୍ତୀ, ଦୀପଗ୍ରେସଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ଜୟନ୍ତୀ, ଦୀପଗ୍ରେସଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରା ଆଥଲେଟ ଜୟନ୍ତୀ ବେହେରା ପାଇଛନ୍ତି ପୁରସ୍କାର । ମହିଳା ହକି ଖେଳାଳୀ ଦୀପଗ୍ରେସ ଏକ୍କା ବି ପୁରସ୍କୃତ ହୋଇଛନ୍ତି । ଭଭୟଙ୍କୁ ମାନପତ୍ର, ଉପଢୌକନ ସହ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇଛନ୍ତି । ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର । ସେହିପରି ସତ୍ୟରଂଜନ ପଟ୍ଟନାୟକଙ୍କୁ ମଧ୍ୟ ମିଳିଛି ବିଜୁ ପଟ୍ଟନାୟକ କ୍ରୀଡା କୋଚ୍ ପୁରସ୍କାର । କୋଚ୍ ଶିବପ୍ରସାଦ ଦାସ, ଚେସ ତାରକା ପଦ୍ମିନୀ ରାଉତଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ହୁପି ମାଝୀ, ରାଜଶ୍ରୀ ମହାପାତ୍ର, ମନିଷା ମେରେଲ, ପ୍ରତ୍ୟାଶା ରାୟଙ୍କୁ ବି ଅର୍ଥ ପୁରସ୍କାର ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking