31.1 C
Bhubaneswar
Monday, May 20, 2024
Homeଓଡିଶାରାଜଧାନୀରେ ମୋଦିଙ୍କ ରୋଡ଼ ଶୋ' ପାଇଁ ମୋ ବସ୍ ରୁଟରେ ପରିବର୍ତ୍ତନ

ରାଜଧାନୀରେ ମୋଦିଙ୍କ ରୋଡ଼ ଶୋ’ ପାଇଁ ମୋ ବସ୍ ରୁଟରେ ପରିବର୍ତ୍ତନ

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ୟ୍ୟନ୍ତ ହେବ ରୋଡ୍ ଶୋ’ । ସେଥିପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡି଼ କରାଯାଇଛି । ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାତାୟାତ ବନ୍ଦ କରାଯିବ । ଏୟାରପୋର୍ଟରୁ ରାଜଭବନ ପର୍ୟ୍ୟନ୍ତ ନୋ ଫ୍ଲାଇଂ ଜୋନ କରାଯାଇଛି । ରାତି ସାଢ଼େ ୮ଟା ବେଳେ ଜନପଥରେ ରୋଡ୍ ଶୋ’ କରିବେ ମୋଦୀ । ବିଜେପି ରାଜ୍ୟ କାର୍ୟ୍ୟାଳୟରୁ ବାଣୀବିହାର ଯାଏଁ ରହିବ ଏହି ରୋଡ୍ ସୋ’ । ଅନ୍ୟ ପକ୍ଷେ ଦିନ ୨ଟାରୁ ସନ୍ଧ୍ୟା ୬ ଯାଏଁ ମୋ ବସର ରୁଟରେ ପରିବର୍ତ୍ତନ କରାଯାଇଛି । ବସ୍ ନଂ-୯,୧୧,୧୨,୧୬,୨୦,୨୫,୨୬,୩୨, ୩୬, ୩୮, ୮୨ ରାଜମହଲ , ଏଜି ଛକ, ଆଚାର୍ୟ୍ୟ ବିହାର ଦେଇ ବାଣୀବିହାର ଯିବ । ଯାତ୍ରୀଙ୍କ ସୁରକ୍ଷା ପାଇଁ ସିଆରୟୁଟି ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking