31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଦିବାସୀ ନାବାଳିକାଙ୍କୁ ୮ମାସ ଧରି ଗଣଦୁଷ୍କର୍ମ 

ଆଦିବାସୀ ନାବାଳିକାଙ୍କୁ ୮ମାସ ଧରି ଗଣଦୁଷ୍କର୍ମ 

ରାମନାଗୁଡା : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏଥିରେ ୮ଜଣ ଯୁବକ ଦୀର୍ଘ ୮ମାସ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି । ପୀଡିତା ୬ମାସର ଗର୍ଭବତୀ ଥିବା ଜଣାପଡିବା ପରେ ପୁଲିସ ଗୁଣୁପୁର ମେଡିକାଲରେ ନାବାଳିକାର ଡାକ୍ତରୀମାଇନା କରିଛି । ଘଟଣାରେ ସଂପୃକ୍ତ ୬ଜଣଙ୍କୁ ଉଠାଇଆଣି ପୁଲିସ ପଚରାଉଚରା ଜାରି ରଖିଛି ।
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୁଲୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଣସଗୁଡା ଗ୍ରାମର ଆଦିବାସୀ ନାବାଳିକା ଜଣକ ୮ମାସ ତଳେ ନାଳକୁ ଗାଧେଇବାକୁ ଯାଇଥିଲେ । ନାବାଳିକା ଜଣକ ନାଳରେ ଗାଧୋଉଥିବା ସମୟରେ ସେହି ଗ୍ରାମର ୫ଯୁବକ ଓ ଅନ୍ୟ ଏକ ପଡୋଶୀ ଗ୍ରାମର ଯୁବକ ଜୋର ଜବରଦସ୍ତ ପାଖ ଜଙ୍ଗଲକୁ ନେଇ ଯାଇଥିଲେ । ଜଙ୍ଗଲରେ ଜଣେ ପରେ ଜଣେ ନାବାଳିକାଙ୍କ ସହ ଗଣଦୁର୍ଷମ ପରେ ପୀଡ଼ିତାଙ୍କୁ ଛାଡି ଦେଇଥିଲେ । ଘଟଣାର ସଂପର୍କରେ କାହାକୁ କିଛି ନକହିବାକୁ ଧମକ ଦେଇଥିଲେ । ଭୟରେ ପୀଡ଼ିତା ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ଭୟ ସୃଷ୍ଟି କରି ପୃଥକ ପୃଥକ ଭାବେ ବିଭିନ୍ନ ସ୍ଥାନକୁ ନେଇ ଗଣଦୁର୍ଷମ କରିଆସୁଥିଲେ । ଗତ କିଛି ତଳେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ପରିବାର ଲୋକେ ସନ୍ଦେହ ସୃଷ୍ଟି ହୋଇଥିଲା । ଗତ ଦୁଇ ଦିନ ତଳେ ନାବାଳିକା ମାଆଙ୍କ ସନ୍ଦେହ ହେବାରୁ ଗ୍ରାମର ଆଶାକର୍ମୀ ସହାୟତାରେ ଗୁଣୁପୁର ମେଡିକାଲକୁ ଯାଇ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ ନାବାଳିକା ୬ମାସର ଗର୍ଭବତୀ ଥିବା ଜଣାପଡିଥିଲା । ପରିବାର ଲୋକେ ନାବାଳିକାଙ୍କ ପଚରାଉଚରା କରାଯିବା ପରେ ଅଙ୍ଗନବାଡି କର୍ମୀ ରାମନାଗୁଡା ସିଡିପିଓ ଶାନ୍ତିଲତା ରଥଙ୍କୁ ଅବଗତ କରିଥିଲେ । ଖବରପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ , ସିଡିପିଓ ଶାନ୍ତିଲତା ରଥ, ସରପଞ୍ଚ ଲଳିତା ଶବର ପ୍ରମୁଖ ଗ୍ରାମରେ ପହଞ୍ଚି ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ । ନାବାଳିକା ଗଣଦୁର୍ଷମ ଶିକାର ହୋଇଥିବା ସ୍ପଷ୍ଟ ହେବାପରେ ଶିଶୁ ସୁରକ୍ଷା ଅଧିକାରୀ ଥାନାରେ ଏତଲା ଦେବାକୁ ପୀଡ଼ିତାଙ୍କ ବାପାକୁ କହିଥିଲେ । ପୀଡ଼ିତାଙ୍କ ବାପା ଗୁଣୁପୁର ଥାନାକୁ ଯାଇ ଏତଲା ଦେଇଥିଲେ । ପୁଲିସ ଏତଲାକୁ ଭିତ୍ତି କରି  ସମ୍ପୃକ୍ତ ୬ଜଣଙ୍କୁ  ପଚରାଉଚରା ଜାରି ରଖିଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ନେଇ ପୁଲିସ କହିଛି । ଗୁଣୁପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହେବା ସହ ପସ୍କୋ ଆଇନ ସହ ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking