33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମହାନଦୀ: ୬ରୁ ୯ ଘଣ୍ଟା ପିକ୍‌

ମହାନଦୀ: ୬ରୁ ୯ ଘଣ୍ଟା ପିକ୍‌

ଭୁବନେଶ୍ୱର : ଆସନ୍ତାକାଲି ସକାଳେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ । ଏନେଇ ତାଜା ସୂଚନା ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି,ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରଚୁର ଜଳ ପ୍ରବେଶ କରୁଛି । ଏବେ ଡ୍ୟାମକୁ ପ୍ରବେଶ କରୁଛି ୮,୯୫,୬୦୦ ଏବଂ ବାହାରୁଛି ୭,୬୨,୧୯୫ କ୍ୟୁସେକ ଜଳ । ହୀରାକୁଦରୁ ଆସୁଥିବା ବନ୍ୟାଜଳ କାଲି ସକାଳ ସୁଦ୍ଧା ମୁଣ୍ଡଳି ଛୁଇଁବ । ମୁଣ୍ଡଳି ଛୁଇଁଲା ବେଳେ ଜଳ ପ୍ରବାହ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ରହିବ । ମୁଣ୍ଡଳିରେ ୬ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଜଳ ପ୍ରବାହ ପିକ୍ ରହିବ । ମୁଣ୍ଡଳିରୁ ମହାନଦୀ ତ୍ରିକୋଣଭୂମିକୁ ପ୍ରବେଶ କରିବ ବନ୍ୟାଜଳ । କାଠଯୋଡି, ବିରୂପା, ଦେବୀ, ଦୟା, ଭାର୍ଗବୀ, ଲୁଣା, ଚିତ୍ରୋତ୍ପଳାକୁ ଯିବ । ଆଶା କରାଯାଉଛି ୨/୩ ଦିନ ଭିତରେ ବନ୍ୟା ସ୍ଥିତି ସୁଧୁରିଯିବ ବୋଲି ଏସଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking