32.1 C
Bhubaneswar
Saturday, May 4, 2024
Homeଓଡିଶାଦଧିସଂଙ୍ଗା ଗ୍ରାମରେ ସଫେଇ ଅଭିଯାନ

ଦଧିସଂଙ୍ଗା ଗ୍ରାମରେ ସଫେଇ ଅଭିଯାନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଯୋରନ୍ଦା ଅଚଂଳର ଦଧିସଂଙ୍ଗା ଗ୍ରାମରେ ଗାଁ ସଫେଇ ଅଭିଯାନର ଶୂଭାରମ୍ଭ ହୋଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ପ୍ରତି ପରିବାରର ଜଣେ ଲେଖାଏଁ ସାମିଲ ହୋଇଥିଲେ । ବହୁ ଦିନ ଉକ୍ତ ଗ୍ରାମରେ ପରିମଳ ବ୍ୟବସ୍ଥା ପ୍ରତି କାହାର ଦୃଷ୍ଟି ନଥିଲା । ତେଣୁ ଗ୍ରାମର ପରିଚାଳନା କମିଟି ତରଫରୁ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ରକ୍ଷା ପାଇବା ପାଇଁ ଗ୍ରାମ ପରିବେଶ ସଫା ସୁତର ରଖିବା ପାଇଁ ଗ୍ରାମବାସୀ ମିଳିତ ହୋଇ ପରିବେଶକୁ ସଫେଇ କରିବାକୁ ଆଗେଇ ଆସିଛନ୍ତି । ଉକ୍ତ ସଫେଇ କାର୍ଯ୍ୟରେ ଗ୍ରାମ ସଭାପତି ମାୟାଧର ମହାନ୍ତି, ସଂପାଦକ ଶ୍ରୀବତ୍ସ ମହାନ୍ତି (କ), ସମାଜସେବୀ ସନ୍ତୋଷ ବିଶ୍ୱାଳ, ରାକେଶ ମହାନ୍ତି, କମଳ ନାୟକ, ତ୍ରିଲୋଚନ ମହାନ୍ତି, ଶ୍ରୀକାନ୍ତ ମଲ୍ଲିକ ଓ ଗ୍ରାମ ପରିଚାଳନା କମିଟି ସଭ୍ୟ ପ୍ରମୋଦ ମହାନ୍ତି ପ୍ରମୁଖ କର୍ଯ୍ୟ ପରିଚାଳନା କରିଥିଲେ । ଗ୍ରାମବାସୀ ସକାଳ ୭ଟାରୁ ୧୦ଟି ଦଳରେ ଭାଗ ଭାଗ ହୋଇ ଗ୍ରାମ ଚତୁପାଶ୍ୱର୍ର ପ୍ରାୟ ୩ କିମି ପର୍ଯ୍ୟନ୍ତ ରାସ୍ତାକଡ ସଫା କରିଥିଲେ । ତେବେ ଆଗାମୀ ଦିନରେ ପରିମଳ କ୍ଷେତ୍ରରେ ଉକ୍ତ ଗ୍ରାମ ଏକ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking