36.1 C
Bhubaneswar
Saturday, May 18, 2024
Homeଓଡିଶାରାଜ୍ୟରେ ଆଜି ୬୦୯ ଆକ୍ରାନ୍ତ ଚିହ୍ନଟ , ପଢନ୍ତୁ କେତେ ଶିଶୁ ସଂକ୍ରମିତ

ରାଜ୍ୟରେ ଆଜି ୬୦୯ ଆକ୍ରାନ୍ତ ଚିହ୍ନଟ , ପଢନ୍ତୁ କେତେ ଶିଶୁ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଶିଶୁଙ୍କ ଉପରେ ପ୍ରଭାବ ବିସ୍ତାର ଆରମ୍ଭ କଲାଣି । ଶିଶୁଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖା ଦେଲାଣି। ଗତ ୪ ଦିନରେ ତିନି ଶିଶୁଙ୍କ ଜୀବନ ନେଇଛି କରୋନା । ଗୁରୁବାର ଜଣେ ଶିଶୁର ଜୀବନ ନେଇଥିଲା ବେଳେ ଶୁକ୍ରବାର ପୁଣି ୨ କନ୍ୟାଙ୍କ ଜୀବନ ନେଇଛି ଭୂତାଣୁ । ଦୁଇ କନ୍ୟାଙ୍କ ଭିତରେ ଜଣେ ମୟୂରଭଞ୍ଜର ଓ ଅନ୍ୟ ଜଣେ କଟକର । ମୟୂରଭଞ୍ଜ ଜିଲ୍ଲାର କନ୍ୟାର ବୟସ ୫ ମାସ ହୋଇଥିଲା । ସେ ହୃଦ୍‌ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । କଟକ କନ୍ୟାକୁ ୧୨ ଦିନ ହୋଇଥିଲାବେଳେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା । ରାଜ୍ୟ ସରକାର କରୋନା ଜନିତ ମୃତ୍ୟୁକୁ ନେଇ ଯେଉଁ ଅଡିଟ୍ ତାଲିକା ପ୍ରସ୍ତୁତ କରିଛନ୍ତି, ସେଥିରେ ଦୁଇ ଶିଶୁଙ୍କ କଥା ଉଲ୍ଲେଖ ରହିଛି । ତେଣୁ ବର୍ତ୍ତମାନ ସମୟରେ ଅଭିଭାବକ ଶିଶୁଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି ।

୨୪ ଘଣ୍ଟାରେ ୬୪ହଜାର ୯୯୧ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୬୦୯ ଆକ୍ରାନ୍ତ । ଏମାନଙ୍କ ଭିତରେ ୯୭ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୩୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୫ ।   ଆଜି ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ ପଜିଟିଭ ବାହାରିଛନ୍ତି । ବାକି ୨୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୪ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାରୁ କେହି ସଂକ୍ରମିତ ହୋଇ ନାହାନ୍ତି  । ରାଜ୍ୟରେ ପଜିଟିଭ୍ ହାର ୧ ପ୍ରତିଶତ ତଳକୁ ଖସିଛି । ସଂକ୍ରମଣ ହାର ରହିଛି ୦.୯୩ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୭ହଜାର ୧୧୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୧ହଜାର ୬୩୦ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୫୨୮ ଆକ୍ଟିଭ୍ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking