29.1 C
Bhubaneswar
Thursday, May 23, 2024
Homeଓଡିଶାନବମ ବାର୍ଷିକ ସାମରିକ କଳା ମହୋତ୍ସବ ପାଳିତ

ନବମ ବାର୍ଷିକ ସାମରିକ କଳା ମହୋତ୍ସବ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପରିଷଦରେ ଆମେଚର୍ ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଓ ଗୁରୁଦେବଜୀ ମାର୍ଶାଲ୍ ଆର୍ଟ ପକ୍ଷରୁ ନବମ ବାର୍ଷିକ ସାମରିକ କଳା ମହୋତ୍ସବ ୨୦୨୧ ଓ ବାର୍ଷିକୋତ୍ସବ ଅବସରରେ କଲର୍ ବେଲ୍‌ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ତଥା କ୍ରୀଡାବିତ୍ ରତନ୍ ନାୟାର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସତ୍ୟ ସ୍ୱରୂପ ଦାସ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ସାମଲ କହିଲେ ଯେ, ଆଜିର ଦିନରେ ସମସ୍ତେ ଆତ୍ମରକ୍ଷା କୌଶଳ ଶିଖିବା ନିହାତି ଜରୁରୀ, ଏହାଦ୍ୱାରା ନିଜକୁ ସୁସ୍ଥ ରଖିବା ସହ ସୁରକ୍ଷା କରାଯାଇପାରିବ । ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କର ରାଜ୍ୟ, ଦେଶ ଓ ବିଦେଶରେ ସୁନାମ ଅର୍ଜନ କରି ଢେଙ୍କାନାଳର ଗୌରବ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ନବନିଯୁକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ପିଲାମାନେ ପାଠ ପଢିବା ସହିତ ଏହି ଶିକ୍ଷା ଲାଭ କଲେ ଫିଜିକାଲ୍ ଫିଟ୍ ରହିବା ସହିତ ନିଜକୁ ସୁସ୍ଥ ରଖିବେ ଓ ନିଜେ ସୁସ୍ଥ ରହିଲେ ପାଠପଢାରେ ଆଗ୍ରହ ରହିବ । ବର୍ତମାନର ସମୟରେ କେବଳ ଛାତ୍ରଛାତ୍ରୀମାନଙ୍କ ସହ ସବୁ ବର୍ଗରେ ଆତ୍ମରକ୍ଷା ଶିକ୍ଷା ଲାଭକରିବା ନିହାତି ଆବଶ୍ୟକ ହୋଇପଡିଛି । ଯାହା ଆପଣମାନେ କୌଣସି ଅସୁବିଧାରେ ପଡିଥିଲେ ନିଜକୁ ସୁରକ୍ଷିତ ରଖିପାରିବେ । ଢେଙ୍କାନାଳ ଜିଲ୍ଲାରେ ତାଇକୋଣ୍ଡର ଏକ ସ୍ୱତନ୍ତ୍ର ସୁନାମ ରହିଛି । ଏହାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନ କର୍ମକର୍ତାମାନଙ୍କୁ ପରାମର୍ଶ ଦେବା ସହ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଭୂୟଁଶୀ ପ୍ରଶଂସା କରିଥିଲେ।

ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ଇଂ. ସୌମ୍ୟବ୍ରତ ସାହୁ ବାର୍ଷିକ ପାଠ କରିବା ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ଅନୁଷ୍ଠାନର ସ୍ମରଣିକା “ଆଇନା’ ପୁସ୍ତକକୁ ଲୋକାର୍ପିତ କରିଥିଲେ । ଚଳିତବର୍ଷ ବ୍ଲାକ୍ ବେଲ୍‌ଟ୍ ରେ ଉତିନ୍ନ ହୋଇଥିବା ମୁକ୍ତିକାନ୍ତ ଦାସ, ସୁଚିସ୍ମିତା ଚୌଧୁରୀ, ଇନ୍ଦ୍ରଜିତ୍ ସାହୁ ପ୍ରମୁଖଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ୫୦ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ବିଭିନ୍ନ ବର୍ଗରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ୟଲୋ, ଗ୍ରୀନ୍‌, ବ୍ଲୁ, ରେଡ୍ ବେଲ୍ଟ୍ ପ୍ରଦାନ କରାଯାଇଥିଲା ।

ଏହି ସାମରିକ କଳା ମହୋତ୍ସବର ସକାଳ ପ୍ରାରମ୍ଭିକ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ମହେଶ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଜିଲ୍ଲା ଲେଖକ ସଂସଦର ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ସଫଳ କାମନା କରିଥିଲେ । ପରେ ପରେ ବିଭିନ୍ନ ବର୍ଗରେ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଉପଦେଷ୍ଟା ସାମ୍ବାଦିକ ଅଥୟ କୁମାର ସାହୁ ଅତିଥି ପରିଚୟ କରିବା ସହ କ୍ରୀଡାଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ମହାନ୍ତି ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking